ଖରାଦିନେ ନିଅନ୍ତୁ ନିଜର ଯତ୍ନ ନଚେତ ଦେଖାଦେଇପାରେ ଏହି ସମସ୍ୟା

ଅନୁଭୂତ ହେଲାଣି ଅସହ୍ୟ ତାତି

187

କନକ ବ୍ୟୁରୋ: ଅନୁଭୂତ ହେଲାଣି ଅସହ୍ୟ ତାତି ଏହାରି ଭିତରେ ବଢିଚାଲିଛି ପ୍ରଦୂଷଣର ମାତ୍ରା । ଖରାଦିନେ କିଭଳି ନିଜର ଯତ୍ନ ନେବେ ଏହାକୁ ନେଇ ସମସ୍ତେ ଚିନ୍ତାରେ ରୁହନ୍ତି, ଖରା ବଢିବା ସହ ଦେହରୁ ଜଳୀୟଅଂଶ କମି କମି ଯାଏ । ଏପରି କ୍ଷେତ୍ରରେ ଶରୀରର ଅଧିକ ଯତ୍ନ ନେବାକୁ ପଡେ । ସର୍ବପ୍ରଥମେ ଦେହରେ ଜଳୀୟଅଂଶର ମାତ୍ରା ବଢାଇବା ପାଇଁ ବହୁଳ ମାତ୍ରାରେ ପାଣି, ଲେମ୍ବୁ ପାଣି, ପଇଡ ପାଣି ଘୋଳଦହି, ଓଆରଏସ ଇତ୍ୟାଦି ପିଇବାକୁ ଡାକ୍ତର ପରାର୍ମଶ ଦେଇଥାନ୍ତି । ଖାଲି ସେତିକି ନୁହେଁ ଶରୀରରେ ମଧ୍ୟ ଭିଟାମିନ ‘ଓ’ ମିନେରାଲସର ଅଭାବ ମଧ୍ୟ ଦେଖଦେଇଥାଏ । ଯଦି ଆମେ ପୃଷ୍ଟିକର ଖାଦ୍ୟ ସହ ପାନୀୟର ଧ୍ୟାନ ନରଖିଥାଉ ତେବେ ଶରୀରରେ ଡିହାଇଡ୍ରେସନର ସମସ୍ୟା ଦେଖାଦେଇଥାଏ ।