ଭାରତ-ଚୀନ ସୀମା ବିବାଦ ଭିତରେ ରଏଟର୍ସ ଦେଲା ଚିନ୍ତାଜନକ ଖବର । ସୀମାରେ ସାମରିକ ସ୍ଥିତି ମଜଭୁତ କରୁଛି ଡ୍ରାଗନ, ଆଗକୁ ବଢିପାରେ ସୀମା ସଂଘର୍ଷ
କନକ ବ୍ୟୁରୋ: ଆଗକୁ ଅଧିକ ଘନେଇପାରେ ଭାରତ-ଚୀନ ସୀମା ବିବାଦ । ରଏଟର୍ସ ରିପୋର୍ଟ ଅନୁସାରେ ସୀମାରେ ଚୀନ ଦ୍ରୁତ ଗତିରେ ନିଜର ସାମରିକ ସ୍ଥିତି ମଜବୁତ କରୁଛି । ତେଣୁ ଆଗାମୀ ଦିନରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ବୃଦ୍ଧି ପାଇପାରେ ସଂଘର୍ଷ । ନିକଟରେ ଲଦାଖରେ ବସିଥିଲା ‘ସିକ୍ୟୁରିଟି ଇସ୍ୟୁଜ ଫର ଟ୍ରେନିଂ ଲ୍ୟାଣ୍ଡ ବର୍ଡର’ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ଉପସ୍ଥାନ କରାଯାଇଥିବା ରିପୋର୍ଟ ଆଧାରରେ ଏକଥା କୁହାଯାଇଛି କି ଆଗକୁ ସୀମାରେ ସଂଘର୍ଷ ବୃଦ୍ଧି ହୋଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଏଲଏସିରେ କାରାକୋରାମ ଖାଇରୁ ଚୁମୁର ପର୍ଯ୍ୟନ୍ତ ଥିବା ମୋଟ ୬୫ଟି ପାଟ୍ରୋଲିଂ ପଏଣ୍ଟରୁ ୨୬ଟି ପଏଣ୍ଟରେ ଭାରତୀୟ ସେନାର ଅନୁପସ୍ଥିତି ଦେଖିବାକୁ ମିଳିଛି । ସେପଟେ ଚୀନ ଓ ଭାରତ ସୀମା ବିବାଦ ଭିତରେ ଆମେରିକା ଦେଇଛି ବଡ ବୟାନ । ସୀମାରେ ଯଦି ଚୀନ କୌଣସି ପ୍ରକାର ଏକତରଫା କାର୍ଯ୍ୟ କରେ ତେବେ ଏହାର କଡ଼ା ଜବାବ ଦେବାକୁ ଭାରତକୁ କହିଛି ଆମେରିକା । ଆମେରିକା ସବୁବେଳେ ଏକତରଫା କାର୍ଯ୍ୟକୁ ବିରୋଧ କରେ ବୋଲି କହିଛି ।