ହକି ବିଶ୍ୱକପ ଫାଇନାଲ : ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମକୁ ଭେଟିବ ଜର୍ମାନୀ; ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ବେଲଜିୟମ

88

କନକ ବ୍ୟୁରୋ : ଆଜି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ୱକପ ଫାଇନାଲ । ଫାଇନାଲ ମ୍ୟାଚରେ ଗତଥରର ଚାମ୍ପିୟନ ବେଲଜିୟମକୁ ଭେଟିବ ଜର୍ମାନୀ । ସନ୍ଧ୍ୟା ୭ଟାରେ ଖେଳାଯିବାକୁୁ ଥିବା ଫାଇନାଲରେ ଦୁଇ ୟୁରୋପୀୟ ଦେଶଙ୍କ ମଧ୍ୟରେ ଲଢେଇ ହେବ । ଏହା ପୂର୍ବରୁ କାଂସ୍ୟ ପଦକ ପାଇଁ ସେମିଫାଇନାଲରେ ହାରିଥିବା ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଅପରାହ୍ଣ ସାଢେ ୪ଟାରେ ମ୍ୟାଚ ଖେଳାଯିବ ।

୨୦୧୮ ବିଶ୍ୱକପରେ ନେଦରଲାଣ୍ଡସକୁ ହରାଇ ପଥମ ଥର ପାଇଁ ଚମ୍ପିୟନ ହୋଇଥିଲା ବେଲଜିୟମ । ଏହା ପରେ ବେଲଜିୟମ ଅଲମ୍ପିକରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଯଦି ଆଜି ଫାଇନାଲ ମ୍ୟାଚ ବେଲଜିୟମ ଜିତେ ତେବେ ବିଶ୍ୱର ଚତୁର୍ଥ ଦଳ ଭାବେ ଲଗାତାର ଟ୍ରଫି ଜିତିବାର ରେକର୍ଡ ବେଲଜିୟମ ନାଁରେ ରହିବ । ଅଢେଇ ସପ୍ତାହ ଧରି ଚାଲିଥିବା ହିକି ମହାକୁମ୍ଭ ଆଜି ଶେଷ ହୋଇଯିବ ।

ଏପଟେ ଶନିବାର ଚଳିତ ବିଶ୍ୱକପର ଶେଷ କ୍ଲାସିଫିକେସନ ମ୍ୟାଚରେ ବିଜୟ ସହ ସମ୍ମାନ ରକ୍ଷା କରିଛି ଭାରତ । ନିଜର ଦୁଇ କ୍ଲାସିଫିକେସନ ମ୍ୟାଚ ଜିତି ଦଳ ନବନ ସ୍ଥାନରେ ରହିଛି । ଗତ ୨୬ ତାରିଖରେ ଜାପାନଙ୍କୁ ୮-୦ରେ ହରାଇଥିବା ଭାରତ ଗତକାଲି ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲରେ ହରାଇଛି । ଏପଟେ ଆର୍ଜେଣ୍ଟିନା ୱେଲ୍ସକୁ ହରାଇ ଭାରତ ସହ ଯୁଗ୍ମ ଭାବେ ନବମ ସ୍ଥାନରେ ରହିଛନ୍ତି ।

ଶନିବାର ମ୍ୟାଚ ଆରମ୍ଭକରୁ ଭାରତ ଆକମଣାତ୍ମକ ଖେଳି ୪ ମିନିଟରେ ପ୍ରଥମ ଗୋଲ ଦେଇଥିଲା । ଏହା ପରେ ହରମନପ୍ରିତ କୋର ଏକ ପେନାଲ୍ଟିଂ କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ । ପ୍ରଥମ କ୍ୱାଟରରେ ୨-୦ରେ ଆଗୁଆ ଥିବା ଭାରତ ତୃତିୟ କ୍ୱାଟରରେ ଆଉ ଦୁଇ ଗୋଲ ଦେଇ ୪-୦ରେ ପହଞ୍ଚିଥିଲା । ଶେଷରେ ଦକ୍ଷଣ ଆଫ୍ରକା ଦୁଇଟି ଗୋଲ ଦେଇଥିବା ବେଳେ ଭାରତ ଗୋଟିଏ ଗୋଲ ଦେଇଥିଲା । ଫଳରେ ୫-୨ରେ ଜିତିଥିଲା ଟିମ୍ ଇଣ୍ଡିଆ ।