କଶ୍ମୀରରେ ଚାଲିଛି ଭାରତ ଯୋଡ ଯାତ୍ରାର ଅନ୍ତିମ ଚରଣ । ସାମିଲ ହେଲେ ପିଡିପି ନେତ୍ରୀ ମେହେବୁବା ମୁଫତି

129

କନକ ବ୍ୟୁରୋ: ଗୋଟେ ଦିନର ବିରତି ପରେ କାଶ୍ମୀରରେ ପୁଣି ଚାଲିଲା ଭାରତ ଯୋଡ ଯାତ୍ରା । ଅବନ୍ତୀପୁରାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ଭାରତ ଯୋଡ ଯାତ୍ରା ଆୟୋଜିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପିଡିପି ନେତ୍ରୀ ମେହେବୁବା ମୁଫତି ଓ ତାଙ୍କ ଝିଅ । ଜାନୁଆରୀ ୨୯ ତାରିଖରେ ପନ୍ଥା ଚୌକରରୁ ବୁଲେବାର୍ଡ ନେହେରୁ ପାର୍କ ପର୍ଯ୍ୟନ୍ତ ଚାଲିବ । ଏଠାରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଜାନୁଆରୀ ୩୦ ତାରିଖରେ ଯାତ୍ରା ଶେଷ ହେବାକୁ ଯାଉଛି । ଯାତ୍ରା ସରିବା ପୂର୍ବରୁ ବହୁ ହାଇପ୍ରୋଫାଇଲ ଚେହେରା ସାମିଲ ହୋଇ କଂଗ୍ରେସକୁ ସମର୍ଥନ ଦେଉଛନ୍ତି । ସେପଟେ ଯାତ୍ରାରେ ସୁରକ୍ଷା ତ୍ରୁଟି ଦର୍ଶାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । କାର୍ଯ୍ୟକ୍ରମରେ ଶେଷ ଦୁଇ ଦିନରେ ଅଧିକ ସମର୍ଥକ ସାମିଲ ହେବା ସମ୍ଭାବନା ରହିଛି । ତେଣୁ ରାହୁଲ ଗାନ୍ଧୀଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ପାଇଁ ଚିଠିରେ ଅନୁରୋଧ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।