ଦିଲ୍ଲୀ ଓଡିଆଙ୍କ ଗାନ୍ଧୀଗିରି ! କାଟଜୁଙ୍କୁ କାର୍ଟୁନ୍ କଲେ ଛାତ୍ର

32

କନକ ବ୍ୟୁରୋ : ଓଡିଶା ଡେଇଁଲା ଅପମାନର ନିଆଁ । କାଟଜୁଙ୍କ କଟାକ୍ଷକୁ ଜବରଦସ୍ତ ନିନ୍ଦା । ଭୁବନେଶ୍ୱର ପରେ ଦିଲ୍ଲୀରେ କାଟଜୁଙ୍କୁ ହାୟ ହାୟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁଙ୍କ ଘର ସାମ୍ନାରେ ଦିଲ୍ଲୀ ଓଡିଆ ଷ୍ଟୁଡେଂଟସ୍ ଆସୋସିଏସନ ଲଗେରହୋ ମୁନ୍ନା ଭାଇ ଷ୍ଟାଇଲରେ ଦେଇଛନ୍ତି ସନ୍ଦେଶ । ସଂଖ୍ୟାରେ ଅଳ୍ପ ହେଲେ ମନ କିନ୍ତୁ ମନ ଜଳୁଥିଲା ଅପମାନ ଓ ଅଭିମାନରେ । ହେଲେ କାଟଜୁଙ୍କ ଭଳି ପାଗଳମୀ ନଥିଲା ପିଲାଙ୍କ ମନରେ । ତେଣୁ ଭଦ୍ରତାର ସହ କାଟଜୁଙ୍କ ପାଖରେ ପହଂଚାଇ ଥିଲେ ଫୁଲତୋଡା । ଯେଉଁଥିରେ ଲେଖାଥିଲା ଗେଟ୍ ୱେଲ୍ ସୁନ୍

ତେବେ ଓଡିଆ ପିଲାଙ୍କ ଠାରୁ ଫୁଲତୋଡା ପାଇବା ପରେ କାଟଜୁଙ୍କ ଅକଲ୍ ଗୁଡୁମ୍ ହୋଇ ପଡିଥଲା । ଖାଇବା ଛାଡି ସେ ପୁଣି ଫେସବୁକରେ ପୋଷ୍ଟ କରିଥିଲେ ଷ୍ଟାଟସ୍ । ଯେଉଁଥିରେ ଲେଖିଥିଲେ, କିଛି ପିଲା ତାଙ୍କୁ ଶୀଘ୍ର ସୁସ୍ଥ ହୋଇ ଯିବାକୁ ଶୁଭେଚ୍ଛା ଦେଇଛନ୍ତି । ପ୍ରଥମେ ଅପମାନ ଦେଲେ , ତାପରେ ଭୁଲ୍ ମାଗିଲେ । ତେବେ କାହିଁକି ଏମିତି କରନ୍ତୁ କାଟଜୁ । ଚର୍ଚ୍ଚାରେ ରହିବାକୁ ଏହା ଡ୍ରାମା ନା ବିଚାରପତି ମାନସିକ ଅବସ୍ଥା ସତରେ ଭଲ ନାହିଁ ।