କେବେ ହେବ ମାଟ୍ରିକ ପରୀକ୍ଷା : ଦ୍ୱନ୍ଦରେ ଅଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ

32

ମାଟ୍ରିକ ପରୀକ୍ଷାକୁ ନେଇ ଏବେ ଛାତ୍ରଛାତ୍ରୀ ଅଛନ୍ତି ଦ୍ୱନ୍ଦରେ । କାରଣ ଯାହା ସୂଚନା ମିଳିଛି ଫେବୃୟାରୀ ମାସରେ ପଂଚାୟତ ନିର୍ବାଚନ କରିବାର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ମାସରେ ମାଟ୍ରିକ ପରୀକ୍ଷା ହୁଏ ତେଣୁ ଏ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ନିର୍ବାଚନ କମିଶନ ମାଧ୍ୟମିକ ଶିକ୍ଷାବୋର୍ଡକୁ ପତ୍ର ମାଧ୍ୟମରେ ପରୀକ୍ଷା ଘୁଂଚାଇବାକୁ ଅନୁରୋଧ କରିଛନ୍ତି । ଏବେ ଛାତ୍ରଛାତ୍ରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ଯେ ସେମାନେ ଯେଉଁ ସ୍କୁଲରେ ପରୀକ୍ଷା ଦେବାର ଥିଲା ସେହି ସବୁ ସ୍କୁଲ ହୁଏତ ନିର୍ବାଚନ ପାଇଁ ବ୍ୟବହାର ମଧ୍ୟ କରାଯାଇପାରେ । ଏବେ ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀ,କେବେ ପରୀକ୍ଷା ଦେବେ , କେବେ ଖାତା ଦେଖାହେବ ଏବଂ କେବେ ପରୀକ୍ଷାଫଳ ବାହାରିବ ଏନେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପୂରା ଅନ୍ଧାରରେ ରହିଛି ,ଏବଂ ଏହାର ପ୍ରଭାବ ପକାଇବ ଯୁକ୍ତ ଦୁଇରେ ଆଡମିଶନକୁ ନେଇ, ଏହି ପ୍ରସଙ୍ଗ ଉପର ଦେଖନ୍ତୁ ବିଗ୍ ଡିବେଟ୍