‘ଡୋଲୋ’ ପ୍ରେସ୍କ୍ରାଇବ୍ ପାଇଁ ହଜାରେ କୋଟିର ଉପହାର : ସୁପ୍ରିମକୋର୍ଟ ବିଚାରପତି କହିଲେ ଗୁରୁତର ପ୍ରସଙ୍ଗ, ଜବାବ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

418

କନକ ବ୍ୟୁରୋ : ଆପଣ ଯେଉଁ ଔଷଧ ଖାଉଛନ୍ତି ତାହା ଡାକ୍ତର ନିଜ ମନରୁ ଲେଖୁଛନ୍ତି ନା ଉପହାର ପାଇ ଲେଖୁଛନ୍ତି ତାହା ଏବେ ସନ୍ଦେହ ଘେରରେ । ଏପରି ଏକ ଖବର ଏବେ ସାମ୍ନାକୁ ଆସିଛି । କରୋନା ବେଳେ ଡାକ୍ତରମାନେ ରୋଗୀଙ୍କୁ ଜ୍ୱର ପାଇଁ ଡୋଲୋ-୬୫୦ ଟାବଲେଟ ବା ବଟିକା ଖାଇବାକୁ ପରାମର୍ଶ ଦେଉଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ବଟିକା ଘରେ ଘରେ ମଧ୍ୟ ଆଦୃତ ହୋଇଥିଲା ।

ତେବେ ଡାକ୍ତରମାନେ ରୋଗୀଙ୍କୁ ଏହି ଔଷଧ ଖାଇବାକୁ କହିବା ପଛରେ ଗୋଟିଏ ବଡ ଉପହାର କାରବାର ଥିବା ଜଣାପଡିଛି । ଡାକ୍ତରଙ୍କୁ ଏହି ବଟିକା ରୋଗୀଙ୍କୁ ଦେବାକୁ ଔଷଧ କମ୍ପାନୀ ଉପହାର ଦେଇଥିଲା ବୋଲି ଜଣାପଡିଛି । ଏଥିପାଇଁ ଔଷଧ ନିର୍ମାତା କମ୍ପାନୀ ହଜାରେ କୋଟିରୁ ଅଧିକ ଟଙ୍କା ଉପହାର ଦେଇଥିବା ଜଣାପଡିଛି । ଏ ନେଇ ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲସ ରିପ୍ରେଜେଣ୍ଟିଭ ଦାବି କରିଛି । ଏ ନେଇ ସୁପ୍ରିମକୋର୍ଟକୁ ଅବଗତ କରାଇଛି ସଂପୃକ୍ତ ସଂସ୍ଥା । ବିଚାରପତି ଏହାକୁ ଗୁରତର ପ୍ରସଙ୍ଗ ବୋଲି କହିଛନ୍ତି । ଏଥିସହ ୧୦ ଦିନ ଭିତରେ ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।