ହସ୍ପିଟାଲ ବନ୍ଦ କରି ଗୁପଚୁପ୍ ଷ୍ଟଲ ଖୋଲିଲେ ମହିଳା ଡାକ୍ତର । ପଚାରିବାରୁ କହିଲେ…

464

କନକ ବ୍ୟୁରୋ: ରାଜସ୍ଥାନରେ ଏବେ ରାଇଟ୍ ଟୁ ହେଲଥ୍ ବିଲକୁ ବିରୋଧ କରି ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟର ୧୪ ହଜାରରୁ ଅଧିକ ଘରୋଇ ଓ ବେସରକାରୀ ଡାକ୍ତର । ଏହି ସମୟରେ ରାଜ୍ୟର ସମସ୍ତ ଡାକ୍ତରଖାନା ବନ୍ଦ ରହିଛି । ଏପରିି ସମୟରେ ଜଣେ ଡାକ୍ତର ଏପରି କିଛି କାମ କରିଛନ୍ତି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ସେ କାର୍ଯ୍ୟ କରୁଥିବା ହସ୍ପିଟାଲ ବନ୍ଦ ରହିଥିବାରୁ ଏହା ସାମ୍ନାରେ ଏକ ଠେଲା ଗାଡିରେ ଗୁପଚୁପ୍ ଷ୍ଟଲ ଖୋଲି ବିକୁଛନ୍ତି ।

ଏହି ମହିଳା ଡାକ୍ତର ହେଉଛନ୍ତି ଖିଚଡ୍ ହସ୍ପିଟାଲର ଡାକ୍ତର ଅନିତା ଚୌଧୁରୀ । ସରକାରଙ୍କ ରାଇଟ୍ ଟୁ ହେଲଥ୍ ବିଲ୍ ବିରୋଧରେ ନିଅ।।ରା ଢଙ୍ଗରେ ପ୍ରତିବାଦ କରିଛନ୍ତି । ହସ୍ପିଟାଲ ବାହାରେ ଗୁପଚୁପ୍ ଷ୍ଟଲ ଲଗାଇ ବିକୁଛନ୍ତି । ଏନେଇ ପଚରାଯିବାରୁ କହିଛନ୍ତି ଯେ, ଏପରି ବିଲ୍ ଆଣି ସରକାର ଡାକ୍ତରଙ୍କ ପେଟ ପାଣି ବନ୍ଦ କରିବାକୁ ଯାଉଛନ୍ତି । ତେଣୁ ପେଟ ପାଇଁ କିଛି ତ କରିବାକୁ ପଡିବ’ । ବୋଳି କହିଛନ୍ତି ।