ଯାତ୍ରାରେ ଆଇଟମ୍ ଗାର୍ଲ ମନା : କିଏ କଲେ ବିରୋଧ ?

3,168

କନକ ବ୍ୟୁରୋ : ଯାତ୍ରାରେ ଆଇଟମ ଗାର୍ଲ ମନା । ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ନାଚିବା ବିରୋଧରେ ସ୍ୱର ଉଠାଇଛନ୍ତି ଯାତ୍ରା କଳାକାର । ପଟ୍ଟାମୁଣ୍ଡାରେ ରାଜଧାନୀ ଅପେରାରେ ଏଭଳି ଘଟଣା ଘଟିଛି । ଏହି ଅପେରାରେ ଜଣେ ଅଭିନେତ୍ରୀଙ୍କୁ ଡ୍ୟାନ୍ସ ପାଇଁ ଯାତ୍ରା ପରିଚାଳନା କମିଟି ଡାକିଥିଲେ ।

ହେଲେ ଏହାକୁ ବିରୋଧ କରିଥିଲେ ସେହି ପାର୍ଟିରେ କାମ କରୁଥିବା ଯାତ୍ରା ଜଗତର ହାସ୍ୟ ଅଭିନେତା ଦୟାଙ୍କ ସମେତ ଅନ୍ୟ କିଛି କଳାକାର । ଆଇଟମ ଗାର୍ଲ ନିଶା ମହାରଣା ଓରଫ୍ ଝିଲି ମଲିକ ନାଚିଲେ ସେମାନେ ଅଭିନୟ କରିବେ ନାହିଁ ବୋଲି ଜିଦ ଧରିଥିଲେ । ଏହାପରେ ନିଶାଙ୍କ ସହ ଚୁକ୍ତି ବାତିଲ କରାଯାଇ କାର୍ଯ୍ୟକ୍ରମ ରଦ୍ଦ ହୋଇଛି । ଆଉ ଓଲିଉଡ ଅଭିନେତ୍ରୀ ରିୟା ଦେ ଆସିବେ ବୋଲି ଘୋଷଣା ହୋଇଛି ।