ପୁରୀ ସହରରେ ବ୍ୟାନ ହେଲା ଡିଜେ । ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି । 

462

କନକ ବ୍ୟୁରୋ: ପୁରୀରେ ସହରରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ ହେଲା ଡିଜେ । ଏନେଇ ଗୁରୁବାର ପୁରୀ ଏସପିଙ୍କ ତରଫରୁ ସୂଚନା ଦିଆଯାଇଛି ।  ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ପକ୍ଷରୁ ବହୁ ସଂଖ୍ୟାରେ କୁମ୍ଭାରପଡା ଥାନାରେ ଡିଜେର ଅରୁଚିକର ଶବ୍ଦ ନେଇ ଅଭିଯୋଗ ହୋଇଥିଲା । ଏନେଇ ଏକ ବୈଠକ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ  ସହରରେ ଡିଜେ ବଜାଇବା ଉପରେ ରୋକ ଲଗାଇଛି ପୁଲିସ ।

ଏହି ବୈଠକରେ ସହରର ସାଉଣ୍ଡ ଆଣ୍ଡ ଲାଇଟ୍ ଆସୋସିଏସନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ପୁରୀ ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ।  ସର୍ବୋଚ୍ଚ ନ୍ୟାୟାଳୟଙ୍କ ମାର୍ଗଦର୍ଶିକା ଅନୁସାରେ ଡିଜେ ବଜାଇବା ସଂପୂର୍ଣ୍ଣ ବାରଣ କରାଯାଇଛି । ବାହାରୁ ମଧ୍ୟ ଡିଜେ ସହରକୁ ଆସିପାରିବ ନାହିଁ । ଉପଯୁକ୍ତ ଅଧିକାରୀଙ୍କଠାରୁ ବିନା ଅନୁମତିରେ କୌଣସି ବାଦ୍ୟଯନ୍ତ୍ର ବାଜି ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ମାନିବାକୁ ସମସ୍ତେ ସହମତ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଆଗକୁ ପିଲାଙ୍କ ପରୀକ୍ଷା ଥିବା ବେଳେ ଏଭଳିି ଏକ ନିଷ୍ପତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।