ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।

146

କନକ ବ୍ୟୁରୋ: ଓଡିଶାର କଂଗ୍ରେସ ନେତା ଦିଲ୍ଲୀରେ ଡେରା ପକାଇବାର କିଛି ଦିନ ପରେ ପିସିସି ପରିବର୍ତନ ନେଇ ବଡ ବୟାନ ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଚେଲ୍ଲାକୁମାର କହିଛନ୍ତି, ଓଡିଶାର ଦଳୀୟ ନେତୃତ୍ୱର ପରିବର୍ତନ କରିବାର କୌଣସି ସମ୍ଭାବନା ନାହିଁ । କଂଗ୍ରେସ ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେବାରେ କୌଣସି ଭୁଲ ନାହିଁ । ପିସିସି ପରିବର୍ତନ ନେଇ ଯେଉଁ ଚର୍ଚା ହେଉଛି, ତାହା କେବଳ ଏକ ମନଗଢା କାହାଣୀ । ମୋଟ ଉପରେ ଏବେ କିମ୍ବା ନିକଟରେ ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନାହିଁ । ଆଉ ଏହାରି ଭିତରେ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଭାରୀ ଚେଲ୍ଲା କୁମାର ।