ପୁରୀର ପଂଜାବୀ ମଠ ସିଲ୍ କଲା ପୁଲିସ : ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ, ଗତ ରାତିରେ ବିପୁଳ ମାତ୍ରାରେ ନିଶାଦ୍ରବ୍ୟ ହୋଇଥିଲା ଜବତ

372

କନକ ବ୍ୟୁରୋ : ପୁରୀର ପଂଜାବୀ ମଠ ସିଲ୍ କଲା ପୁଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠକୁ ସିଲ୍ କରାଯାଇଛି । ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ଅପରାହ୍ଣରେ ଜିଲ୍ଲା ପ୍ରଶାସନ ସିଲ୍‌ କରିଛି ।ଗତରାତିରେ ସେ ମଠର ଗୋଟାଏ ପ୍ରକୋଷ୍ଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିଲା ।

ମଠର ଗୋଟିଏ ପ୍ରକୋଷ୍ଠକୁ କେତେକ ଅସାମାଜିକ ତତ୍ତ୍ୱ ବଳପୂର୍ବକ ଦଖଲ କରି ତାଲା ପକାଇ ରଖିବା ସହ ସେଠାରେ ନିଶା ଔଷଧ କାରବାର କରିବା ଏବଂ ନାନା ପ୍ରକାର ଅପରାଧିକ କାର୍ୟ୍ୟକଳାପ ନିମନ୍ତେ ଯୋଜନା କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଗତରାତିରେ ସେଠାରେ ଅପରାଧିକ କାର୍ୟ୍ୟକଳାପ ବିଷୟରେ ଯୋଜନା କରାଯାଉଥିବା ଖବର କୌଣସି ସୂତ୍ରରୁ ପାଇ ପୁଲିସ ଚଢ଼ାଉ କରିଥିଲା ।

 

ଆଜି ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ପଞ୍ଜାବୀ ମଠରେ ପଶି ପ୍ରକୋଷ୍ଠଗୁଡ଼ିକର ତାଲା ଭାଙ୍ଗି ଆସବାବପତ୍ରଗୁଡ଼ିକୁ ବାହାର କରିଛି । ମଠ ଉଚ୍ଛେଦ ବିରୋଧରେ ପଞ୍ଜାବୀ ମଠର କର୍ତ୍ତୃପକ୍ଷ ଅଦାଲତରେ ଫେରାଦ ହୋଇଥିବାରୁ ସେଠାରେ ଏବେ କୌଣସି ଅନ୍ତେଃବାସୀ ରହୁ ନାହାନ୍ତି ।