ଭୁବନେଶ୍ୱରରୁ ବ୍ୟାଙ୍କକକୁ ସିଧାସଳଖ ଉଡିବ ବିମାନ ! ଆସନ୍ତା ୧୦ ତାରିଖରୁ ଏୟାର ଇଣ୍ଡିଆ ଯୋଗାଇବ ସେବା

28

କନକ ବ୍ୟୁରୋ : ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ବ୍ୟାଙ୍କକ ବୁଲିବାକୁ ଯାଆନ୍ତି । ଥାଇଲାଣ୍ଡର ସବୁଠୁ ବିକଶିତ ସହର ହେଉଛି ବ୍ୟାଙ୍କକ । ଏଠାରେ ଐତିହାସିକ ସ୍ଥାପତ୍ୟ ମଧ୍ୟ ଦେଖିବାକୁ ମିଳେ । ଚାଓ ଫ୍ରାୟା ନଦୀ ତଟରେ ଥିବା ୱାଟ ଅରୁନ ମନ୍ଦିରର ଐତିହାସିକ କଳାକୃତି ବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏହାସହ ମନ୍ଦିର ଭିତରେ ଥିବା ରଙ୍ଗ ବେରଙ୍ଗ କାଚର ସାଜ୍ଜସଜ୍ଜା ବେଶ ଆକର୍ଷଣୀୟ । ସେହିପରି ସହରରେ ଥିବା ଫ୍ଲୋଟିଂ ମାର୍କେଟର ମଜା ନିଅନ୍ତି ପର୍ଯ୍ୟଟକ । ନଦୀରେ ଥିବା ଡଙ୍ଗା ଗୁଡିକରେ ସତେଜ ପନିପରିବା ଓ ଫଳ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଦେଶୀ ଖାଦ୍ୟମିଳେ । ସେହିପରି ଯୁବପୀଢୀଙ୍କୁ ଆକୃଷ୍ଟ କରେ ଖାଓ ସାନ୍ ରୋଡ ଓ ସୋଇ କାଓ ବଏ । ସେହିପରି ବ୍ୟାଙ୍କକର ଆଉ ଏକ ଆକର୍ଷଣ ହେଲା ଗ୍ରାଣ୍ଡ ପ୍ୟାଲେସ ।

୧୭୮୨ରେ ଥାଇଲାଣ୍ଡ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏହି ପ୍ୟାଲେସ । ଏହି ରାଜପ୍ରାସାଦରେ ବୌଦ୍ଧ କୀର୍ତିମାନର ଝଲକ ଦେଖିବାକୁ ମିଳେ । ବ୍ୟାଙ୍କକର ଚାଟୁଚକ୍ ୱିକେଣ୍ଡ ମାର୍କେଟକୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଏଠାରେ ଘରକରଣାଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ସହଜରେ ଉପଲବ୍ଧ ହୁଏ । ସେହିପରି ଅର୍ନ୍ତଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲକରିଛି ବ୍ୟାଙ୍କକର ସମାଜ୍ ଟେକ୍ନୋଲୋଜି । ପର୍ଯ୍ୟଟକମାନେ ବ୍ୟାଙ୍କକ ବୁଲିବ ସମୟରେ ମସାଜ ନେବାକୁ ମଧ୍ୟ ଭୁଲନ୍ତିନାହିଁ । ବ୍ୟାଙ୍ଗ କ୍ରାଚାଓ ବଗିଚାରେ ମଧ୍ୟ ଆପଣ ପ୍ରକୃତିର ମଜା ନେଇପାରିବେ । ସେହିପରି ୮୮ମହଲା ବିଶିଷ୍ଟ ସ୍କାଏ ବାର ଆଣ୍ଡ ହୋଟେଲ ହେଉଛି ବ୍ୟାଙ୍କକ ସବୁଠୁ ଉଚ୍ଚ ହୋଟେଲ । ଯେଉଁଠାରେ ପର୍ଯ୍ୟଟକମାନେ ବ୍ୟାଙ୍କକ ସହରର ନିଆରା ଦୃଶ୍ୟକୁ ଉପଭୋଗ କରନ୍ତି ।