‘ପାଣିରେ ବୁଡି ହୋଇଛି ଚିନ୍ମୟୀ ପ୍ରିୟଦର୍ଶୀନୀଙ୍କ ମୃତ୍ୟୁ’ : ଭିସୁଟ୍ ଛାତ୍ରୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ

95

କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ଘଟଣା । ଆସିଲା ଚିନ୍ମୟୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ । ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା କୁହାଯାଇଥିଲା ।

ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୂର୍ବରୁ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଯଦିଓ ତଦନ୍ତ ଚାଲିବ, ତଥାପି ହତ୍ୟା ନୁହେଁ ବୋଲି କହି, ଏକପ୍ରକାର ଗାର ଟାଣି ଦେଇଥିଲେ ସମ୍ବଲପୁର ଏସ୍ପି । ଏପଟେ ପୁରୁଷ ବନ୍ଧୁ ପ୍ରତୀମାନ ଦେ ଏବଂ ମାନଓ ଟୁଡୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି ପୁଲିସ୍ । ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ । ଏଥିପାଇଁ ୭ଦିନ ବୁର୍ଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।