କେନ୍ଦ୍ରାପଡାରେ ମିତଲ କମ୍ପାନୀର ଇସ୍ପାତ କାରଖାନାକୁ ନେଇ ଖୁସି ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: ଟ୍ୱିଟ କରି ଲେଖିଲେ, ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା ହେବ ସାକାର

141

କନକ ବ୍ୟୁରୋ: କେନ୍ଦ୍ରାପଡାରେ ମିତଲ କମ୍ପାନୀର ଇସ୍ପାତ କାରଖାନାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ଜାହିର କରିଛନ୍ତି । ଲେଖିଛନ୍ତି, ଇସ୍ପାତ ମନ୍ତ୍ରୀ ଥିବା ସମୟରେ ଆର୍ସେଲର ମିତଲ ମୁଖ୍ୟଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ । ଆଲୋଚନା ସମୟରେ କେନ୍ଦ୍ରାପଡାରେ ସର୍ବବୃହତ ଇସ୍ପାତ କାରଖାନା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ସାକାର ହେବ । କେନ୍ଦ୍ରାପଡାବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଦେଇଥିବା ଶିଳ୍ପାୟନ ବିକାଶର ପ୍ରତିଶ୍ରୁତି ପୂରଣ ହେବ । ବିଶ୍ୱ ବ୍ୟାଙ୍କର ଇଜ ଅଫ୍ ଡଚଇଂ ବିଜନେଓ ତାଲିକାରେ ଭାରତର ଉନ୍ନତ ପ୍ରଦର୍ଶନ ଦେଶରେ ବ୍ୟାପକ ପୁଜିଂ ନିବେଶର ପଥ ସୁଗମ ହୋଇଛି । ଇସ୍ପାତ ଏବଂ ଖରି କ୍ଷେତ୍ରରେ ଅନେକ ସଂସ୍କାର ଦ୍ୱାରା ଓଡ଼ିଶଶ ଅଧିକ ଲାଭବାନ ହେବ ବୋଲି ନିଜ ଟ୍ୱିଟରେ ଳେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।