‘ଗାଁରେ କର ମତଦାନ କେନ୍ଦ୍ର, ନହେଲେ ଦେବୁନି ଭୋଟ’ । ଘର ଠାରୁ ୮ କିଲୋମିଟର ଦୂର ଭୋଟ କେନ୍ଦ୍ର ଯିବାକୁ ନାରାଜ ଧର୍ମଗଡ ବାସିନ୍ଦା ।

52

କନକ ବ୍ୟୁରୋ: ଗାଁରେ ମତଦାନ କେନ୍ଦ୍ର ନହେଲେ ଭୋଟ ବର୍ଜନ ପାଇଁ ଶପଥ ନେଲେ ଗାଁଲୋକ । କଳାହାଣ୍ଡିି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡ଼ା ଗାଁଲୋକ ଭୋଟ ବର୍ଜନ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ।

ଗାଁରେ ମତଦାନ କେନ୍ଦ୍ର କରିବାକୁ ସେମାନେ ବାରମ୍ବାର ଦାବି କରିଆସୁଛନ୍ତି । ସିର୍ଲିଗୁଡ଼ାକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଛି । ହେଲେ ସେଠାରେ ଏଯାଏଁ ମତଦାନ କେନ୍ଦ୍ର ହୋଇପାରି ନାହିଁ । ଏନେଇ ଗାଁଲୋକ ବାରମ୍ବାର ପ୍ରଶାସନ ପାଖରେ ମଧ୍ୟ ଦାବି ରଖିଛନ୍ତି । ହେଲେ ସେମାନଙ୍କ ଦାବି ପୂରଣ ହୋଇପାରୁନି । ଫଳରେ ଗାଁଲୋକ ୮ କିଲୋମିଟର ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ହେଉଥିବା ମତଦାନ କେନ୍ଦ୍ରକୁ ଯିବାକୁ ପଡ଼ୁଛି । ଚଳିତ ନିର୍ବାଚନରେ ଅଁଳାଗୁଡ଼ାରେ ଭୋଟଦାନ କେନ୍ଦ୍ର ହୋଇଛି । ଏହାମଧ୍ୟ ସିର୍ଲିଗୁଡ଼ାରୁ ୮ କିଲୋମିଟର ଦୂର । ତେଣୁ ଗାଁଲୋକ ଭୋଟ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ।