ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ରାଜେନ୍ଦ୍ର ପ୍ରସାଦ ଶର୍ମା । କିଏ ହେବ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ, ଆରମ୍ଭ ହେଲା ଚର୍ଚ୍ଚା ।

246

କନକ ବ୍ୟୁରୋ : ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ଏନେଇ ରାଜଭବନ ପକ୍ଷରୁ ସୂଚନା ମିଳିଛି । ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଚୟନ କମିଟିଙ୍କ ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା ମିଳିଛି ।

ସେପଟେ କିଏ ହେବେ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ, ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ଡିଜିପି ଆର.ପି ଶର୍ମା । ତେବେ ଗତ ୨୦୧୭ ଅଗଷ୍ଟ ମାସ ୩୧ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା । ତାଙ୍କ ପରେ ଡିଜିପି ଇନଚାର୍ଜ ହୋଇପାରନ୍ତି ସୁନିଲ ରୟ ।