ମୃତ୍ୟୁର ଖେଳ ଉପରେ ଲାଗିବ ଲଗାମ୍ : ସୋସିଆଲ ମିଡ଼ିଆରୁ ବ୍ଲୁ ହ୍ୱେଲ୍ ଗେମ୍ ହଟାଇବାକୁ ନିର୍ଦ୍ଦେଶ ଦେଲେ ପୁଲିସ ଡିିଜି

32

କନକ ବ୍ୟୁରୋ : ପୁଲିସ୍ ପ୍ରଶାସନର ଅଧିକାରୀଙ୍କୁ ଜାରି ହୋଇଥିବା ଏହି ଚିଠି ହିଁ ବୟାନ୍ କରୁଛି, ବ୍ଲୁ ହ୍ୱେଲ ଖେଳ ଉପରେ ଅଙ୍କୁଶ ଲଗାଇବା ପାଇଁ କିଭଳି ଆଭିମୁଖ୍ୟ ଗ୍ରହଣ କରିଛି ପ୍ରଶାସନ । ବ୍ଲୁ ହ୍ୱେଲ କିମ୍ବା ସେହି ସାମନ ପ୍ରକାରର ସମସ୍ତ ପ୍ରକାରର ମାରାତ୍ମକ ଖେଳକୁ ସୋସିଆଲ ମିଡ଼ିଆରୁ ହଟାଇବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟର ସବୁ ଏସପି, ଡିସିପିଙ୍କୁ ଚିଠି ଲେଖିଛନ୍ତି, ପୁଲିସ୍ ଡିଜି ।

ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ହାତରେ ପହଂଚିଯାଉଥିବା ଏହି ଖେଳଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ । ଖାସ୍ କରି ସ୍କୁଲ ପିଲାଙ୍କୁ ବ୍ଲୁ ହ୍ୱେଲ ଖେଳରୁ ଦୂରେଇ ରଖିବା ପାଇଁ ଜାରି କରିଛି ଏହି ସକୁର୍ଲାର । ଯେଉଁଥିରେ ରହିଛି –

– ଇଂଟରନେଟର ସୁରକ୍ଷିତ ବ୍ୟବହାର ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
– କମ୍ପୁଟର ଗୁଡ଼ିକୁ ଡିଜିଟାଲ ସର୍ଭିଲାନ୍ସରେ ରଖିବାକୁ ପରାମର୍ଶ
– ଛାତ୍ରଛାତ୍ରୀଙ୍କ ବୟସ ଅନୁସାରେ ନିର୍ଦ୍ଦିଷ୍ଟ ୱେବସାଇଟରେ ସୀମିତ ରଖିବା
-ଇଲେକ୍ଟ୍ରୋନିକ ସାମଗ୍ରୀ ବ୍ୟବହାର ନେଇ ଏକ ନିୟମ କରିବା
-କମ୍ପୁଟର ଗୁଡ଼ିକରେ ଆଂଟି ଭାଇରସ ଏବଂ ସୁରକ୍ଷିତ ଉପକରଣ ପ୍ରତି ଧ୍ୟାନଦେବା
-ଆପତ୍ତିଜନକ ତଥ୍ୟ ଥିବା ୱେବସାଇଟ ଉପରେ କଟକଣା ଲାଗାଇବା

ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଭଳି ୧୮ଟି ନିର୍ଦ୍ଦେଶନାମା ଜାରିକରିଛି ସିବିଏସ୍ଇ । ଏପଟେ ପାଠ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଇଂଟରନେଟର ବ୍ୟବହାର କରୁଥିବା କହିଛନ୍ତି ଛାତ୍ରଛାତ୍ରୀ । ଆଉ ବ୍ଲୁ ହ୍ୱେଲ୍ ଖେଳ ନେଇ ସଚେତନ ଥିବା ମଧ୍ୟ କହିଛନ୍ତି ।