ଦିଲ୍ଲୀରେ ମତଦାନ ଜାରି : ୧୦ଟା ସୁଦ୍ଧା ପଡ଼ିଛି ୫ ପ୍ରତିଶତ ଭୋଟ୍

92

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ଜାତୀୟ ରାଜଧାନୀର ୭୦ ବିଧାନସଭା ଆସନ ନିମନ୍ତେ ଚାଲିଥିବା ଭୋଟ୍‌ ଗ୍ରହଣରେ ଶନିବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୫. ୫୧% ମତଦାନ ହୋଇଥିବା କଥା ଭାରତୀୟ ନିର୍ବାଚନ କମିସନ୍‌ ଅଧିକାରୀମାନେ କହିଛନ୍ତି । ୧୪. ୭ ନିୟୁତରୁ ଅଧିକ ଭୋଟର୍‌ ୬୭୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରମାନଙ୍କ ମଧ୍ୟରୁ ୮୧, ୦୫, ୨୩୬ ହେଉଛନ୍ତି ପୁରୁଷ, ୬୬, ୮୦, ୨୭୭ ହେଉଛନ୍ତି ମହିଳା ଏବଂ ୮୬୯ ହେଉଛନ୍ତି ତୃତୀୟ ଲିଙ୍ଗ ବର୍ଗର ।

ଆଜି ସକାଳେ ଭୋଟ୍‌ ଦେଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଅନିଜ ବୈଜଲ୍‌। ସେ ସପରିବାର ଆସି ଭୋଟ୍‌ ଦାନ କରିଥିଲେ । ଦିଲ୍ଲୀର ମାଟିଆଲା ବିଧାନସଭା ଆସନ ପାଇଁ ପିଜେପି ସାଂସଦ ପରବେଶ ବର୍ମା ତାଙ୍କର ଭୋଟ୍‌ ଦେଇଛନ୍ତି । ଭୋଟ୍‌ ଦେଇ ଆସିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କର କହିଛନ୍ତି ଭୋଟ୍‌ ଦେବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ।