ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଦିଲ୍ଲୀ ଏମ୍ସରେ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ

130

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ଦୁର୍ବଳ ହୋଇଚାଲିଛି । ହେଲେ ତୃତୀୟ ଲହର ଭୟ ବଢୁଛି । ଏହାପୂର୍ବରୁ ସତର୍କ ହୋଇଛନ୍ତି ସରକାର । ଏହା ମଧ୍ୟରେ ଛୋଟ ଛୁଆଙ୍କୁ କରୋନା ଭ୍ୟାକ୍ସିନ ଦେବାକୁ ସରକାର ଚିନ୍ତା କରିଛନ୍ତି । ଦିଲ୍ଲୀ ଏମ୍ସରେ ୬ରୁ ୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ କରାଯିବ । ଏଥିପାଇଁ ମଙ୍ଗଳବାର ଛୋଟ ପିଲାଙ୍କୁ ଚୟନ କରାଯିବ ।

ସୂଚନା ଅନୁସାରେ ମଙ୍ଗବାର ଦିଲ୍ଲୀ ଏମ୍ସ ଛୋଟ ପିଲାଙ୍କୁ ଟିକା ପାଇଁ ଚୟନ କରାଯିବ । ୬ରୁ ୧୨ବର୍ଷ ପିଲାହ୍କ ଉପରେ କ୍ଲିନିକାଲ ଟ୍ରାଏଲ ପରେ ୨ରୁ ୬ ବର୍ଷ ପିଲାଙ୍କୁ ଏଥିରେ ସାମିଲ କରାଯିବ । ଏହାପୂର୍ବରୁ ୧୨ରୁ ୧୮ ବର୍ଷ ପିଲାଙ୍କୁ କୋଭାକ୍ସିନର ପ୍ରଥମ ଡୋଜ ଦିଆସରିଛି । ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ।