ପ୍ରେମରେ ବିଫଳ ହେବା ପରେ ପିଶାଚ ସାଜିଲା ପ୍ରେମିକ, ପ୍ରେମିକାକୁ ଛୁରୀରେ ୬ଥର ଭୁସି ହତ୍ୟା

106

କନକ ବ୍ୟୁରୋ : ପ୍ରେମରେ ବିଫଳ ପରେ ପ୍ରେମିକାକୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ । ଥରେ କି ଦୁଇ ଥର ନୁହେଁ ଏକାବେଳକେ ୬ ଥର ଛୁରୀରେ ଆକ୍ରମଣ କଲା ପିଶାଚ ପ୍ରେମିକ । ରାଜଧାନୀ ଦିଲ୍ଲୀର ଆଦର୍ଶନଗରରେ ଘଟିଛି ଏଭଳି ଘଟଣା । ଏହି ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଯାଇଛି ।

ନିକଟରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ଏବେ ସେମିତି ଏକ ସମାନ ଘଟଣା ଦେଖିବାକୁ ମିଳିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକାକୁ ମାରିଦେବାକୁ ଏଭଳିକାଣ୍ଡ ଭିଆଇଛି ପ୍ରେମିକ । ପିଡିତା ଯୁବତୀ ଦିଲ୍ଲୀ ୟୁନିଭରସିଟିରେ ସ୍ନାତକ ପଢୁଥିବା ବେଳେ ୫ବର୍ଷ ପୂର୍ବରୁ ସୁଖବିନ୍ଦରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ହେଲେ ପରିବାର ସମ୍ମତି ଦେଉନଥିବାରୁ ଯୁବତୀଜଣକ ଦୂରେଇ ଯିବାକୁ ଚାହୁଁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଯୁବତୀଙ୍କୁ ଛୁରୀରେ ୬ଥର ଆକ୍ରମଣ କରିଛି ।