ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣାକୁ ନା: ମନ୍ତ୍ରୀଙ୍କ ବୟାନ ପାଇଁ ଦାୟୀ ନୁହଁନ୍ତି ସରକାର

65

କନକ ବ୍ୟୁରୋ: ଅଭିବ୍ୟକ୍ତି ବା ବାକ୍ ସ୍ୱାଧୀନତାକୁ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଗୁଡିକର ବିଚାର କରି, ଖଣ୍ଡପୀଠ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କ ବୟନେ ଉପରେ ଅଧିକ କଟକଣା ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, କୌଣସି ଜନପ୍ରତିନିଧିଙ୍କ ଆପତ୍ତିଜନକ କିମ୍ବା ଅନୁଚିତ ବୟାନ ପାଇଁ କେବଳ ସେ ହିଁ ଦାୟୀ, ସରକାର ନୁହେଁ । ଏଭଳି ବ୍ୟକ୍ତିବିଶେଷଙ୍କ ବୟାନକୁ ପରୋକ୍ଷ ଭାବେ ସରକାରଙ୍କ ସହିତ ଯୋଡି, ସରକାରଙ୍କ ଆଭିମୁଖ୍ୟ ଭାବେ ଦର୍ଶା ଯାଇପାରିବ ନାହିଁ । ସମ୍ବିଧାନର ଧାରା ୧୯(୨)ରେ ପୂର୍ବରୁ ବାକ୍ ସ୍ୱାଧୀନତା ଉପରେ ଅଂକୁଶ ରହିଛି । ଏହି ଧାରା ବାହାରେ ସେମାନଙ୍କ ଉପରେ ଆଉ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ।

୨୦୧୬ରେ ଉତରପ୍ରଦେଶର ବୁଲନ୍ଦସହରରେ ଏକ ଗଣବଳାକ୍ରାର ମାମଲାରେ ମନ୍ତ୍ରୀ ପଦରେ ଥିବା ଆଜମ ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବୟାନବାଜି ଯୋଗୁଁ ତଦନ୍ତ ପ୍ରଭାବିତ ହୋଇଥିବା ଅଭିଯୋଗ ଆଣି ପୀଡିତଙ୍କ ପରିବାର ପକ୍ଷରୁ କୋର୍ଟରେ ପିଟିସନ ଦାଖଲ ହୋଇଥିଲା ।

ଜଷ୍ଟିସ ଏସ.ଏ. ନାଜିରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ.ଏସ. ବୋପାନ୍ନା, ବି.ଆର. ଗାଭାଇ, ଭି, ରାମସୁବ୍ରମଣ୍ୟମ, ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସେହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ତେବେ ବିମୁଦ୍ରୀକରଣ ଭଳି ଏହି ମାମଲାରେ ମଧ୍ୟ ଜଷ୍ଟିସ୍ ବି.ଭି. ନାଗରତ୍ନା ଭିନ୍ନ ମତ ରଖିିଛନ୍ତି । କହିଛନ୍ତି, – ସମ୍ବିଧାନର ଅନୁଛେଦ ୧୯(୨) ବ୍ୟତୀତ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଅଧିକ କଟକଣା ଲଗାଯାଇପାରିବ ନାହିଁ ।

– କିିନ୍ତୁ କେହି ଯଦି ମନ୍ତ୍ରୀ ପଦରେ ଥାଇ ଅପମାନଜନକ ମନ୍ତବ୍ୟ ଦିଅନ୍ତି, ଏଥିପାଇଁ ସରକାରଙ୍କୁ ଦାୟୀ କରାଯାଇପାରିବ
– ହେଲେ ଯଦି ମନ୍ତ୍ରୀ ଅଭ୍ୟାସଗତ ଭାବେ ଏଭଳି ମନ୍ତବ୍ୟ ଦେଉଥାନ୍ତି ଓ ସରକାରଙ୍କ ଆଭିମୁଖ୍ୟ ବିରୋଧୀ ତେବେ ତାହାକୁ ବ୍ୟକ୍ତିଗତ ମନ୍ତବ୍ୟ ବିଚାର କରାଯିବ

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ଦଳର ନେତା ଓ ବୁଦ୍ଧିଜୀବୀ । ସୁପ୍ରିମକୋର୍ଟଙ୍କ ରାୟ ସର୍ବମାନ୍ୟ । କିନ୍ତୁ ସାମ୍ବିଧାନିକ ପଦ ପଦବୀରେ ଥିବା କୌଣସି ବ୍ୟକ୍ତି ଯେତେବେ ଦାୟୀତ୍ୱହୀନ ବୟାନ ଦିଅନ୍ତିି, ସେତେବେଳେ ତାହା ବଡ ବର୍ଗଙ୍କୁ ପ୍ରଭାବିତ କରିଥାଏ । ସେମାନ ବୟାନ ଯୋଗୁଁ ଅନେକ ସମୟରେ ତଦନ୍ତ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ସେଭଳି ନେତାଙ୍କ ବିରୋଧରେ ଆଇନଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।