ବର୍ଷ ଆରମ୍ଭରୁ ତିରୁପତି ବାଲାଜୀଙ୍କୁ ନୋଟର ବର୍ଷା । ସୋମବାର ତିରୁପତିଙ୍କ ହୁଣ୍ଡିରୁ ଆଦାୟ ହୋଇଛି ୭ କୋଟି ୬୦ ଲକ୍ଷ ଟଙ୍କା

184

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ତିରୁପତି ବାଲାଜୀଙ୍କୁ ନୋଟର ବର୍ଷା । ସୋମବାର ତିରୁପତିଙ୍କ ହୁଣ୍ଡିରୁ ଆଦାୟ ହୋଇଛି ୭ କୋଟି ୬୦ ଲକ୍ଷ ଟଙ୍କା । ଯାହା ଦିନକରେ ସର୍ବାଧିକ ଆୟ ଭାବେ ରେକର୍ଡ କରିଛି । ବିଶ୍ୱର ସବୁଠୁ ଧନୀ ମନ୍ଦିର ଭାବେ ତିରୁପତିରୁ ଏତେ ମୋଟା ଅଙ୍କର ଟଙ୍କା ଆୟ ହୋଇଛି । ତିରୁପତିକୁ ବିଶ୍ୱର ଚାରିଆଡୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ । ଏହାପୂର୍ବରୁ ୨୦୨୨ ଅକ୍ଟୋବର ୨୩ ତାରିଖ ଦିନ ସର୍ବାଧିକ ଭାବେ ୬କୋଟି ୩୦ ଲକ୍ଷ ଆୟ ହୋଇଥିଲା । ଏବେ ନୂଆବର୍ଷରେ ବୈକୁଣ୍ଠ ଏକାଦଶୀ ଅବସରରେ ସୋମବାର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ସର୍ବାଧିକ ଆୟ ହୋଇଛି ।