ଦାନଙ୍କ ପତ୍ନୀ, କେବେ କାନ୍ଧରେ କେବେ ଗାଡିରେ ! ନୂଆ ବାଇକ୍ ପଛରେ ନୂଆ ସ୍ତ୍ରୀଙ୍କୁ ବସାଇ ଝିଅ ଘର ଗଲେ ଦାନ ମାଝୀ

34

କନକ ବ୍ୟୁରୋ : ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିବା ଦାନ ମାଝୀ ଏବେ ତୃତୀୟ ପତ୍ନୀଙ୍କୁ ବାଇକରେ ବୁଲାଇ ଚର୍ଚ୍ଚାକୁ ଆସିଛନ୍ତି । ଦାନ ମାଝି କିଣିଥିବା ନୂଆ ବାଇକ୍ ପଛରେ ନୂଆ ସ୍ତ୍ରୀ ଆଲମତି ମାଝୀଙ୍କୁ ବସାଇ ଝିଅ ଘର ଯାଇଛନ୍ତି ଦାନ ମାଝୀ ।

ଦାନ ମାଝୀ ଓ ତାଙ୍କ ନୂଆ ସ୍ତ୍ରୀ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରାବୁଗୁଡା ଗାଁକୁ ବୁଲିବାକୁ ଆସିଥିଲେ । ପୂର୍ବ ସ୍ତ୍ରୀଙ୍କ ଶବ କାନ୍ଧରେ ବୋହିବା ପରଠାରୁ ବଦଳି ଯାଇଛି ଦାନ ମାଝୀଙ୍କ ଭାଗ୍ୟ । ଆଉ ଏବେ ସେ ନୂଆ ଜୀବନ କାଟୁଛନ୍ତି ।

ନିକଟରେ ଏକ ନୂଆ ବାଇକ୍ କିଣିଛନ୍ତି ଦାନ । ଦିନେ ଟଙ୍କା ଅଭାବରୁ ନିଜ ସ୍ତ୍ରୀର ଶବକୁ କାନ୍ଧରେ ପକାଇ ୧୦ କିଲୋମିଟର ଚାଲିଥିବା ଦାନ ମାଝୀ ଆଜି ଆଖି ସହଜରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରୁଛନ୍ତି । ଭବାନପାଟଣାର ଏକ ବାଇକ୍ ସୋ-ରୁମରୁ ଏହି ବାଇକ୍ କିଣିଥିଲେ ଦାନ । ଯାହାର ଦାମ୍ ଥିଲା ୬୫ ହଜାର ଟଙ୍କା । ସଂପୂର୍ଣ୍ଣ ଭାବେ ଟଙ୍କା ଦେଇ ଏହି ବାଇକ୍ କିଣିଥିଲେ ବୋଲି ସୋ-ରୁମ୍ କର୍ମଚାରୀ ସୂଚନା ଦେଇଥିଲେ । ବାଇକ୍ କିଣିଲା ବେଳେ ଦାନ ମାଝୀଙ୍କର ପ୍ରତିକ୍ରିୟା ଥିଲା ଯେ ସେ ନିଜର ସୁବିଧା ପାଇଁ ଏହି ବାଇକ୍ କିଣିଛନ୍ତି ।