ହାଇପ୍ରୋଫାଇଲ୍ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କଲା କମିଶନରେଟ ପୁଲିସ । ୭ ସାଇବର ଠକଙ୍କୁ ବନ୍ଧିବା ସହ ଶହେରୁ ମୋବାଇଲ୍ ଓ ୧୬ ହଜାର ସିମ୍ କାର୍ଡ ଜବତ

364

କନକ ବ୍ୟୁରୋ: ସାରା ରାଜ୍ୟରେ ମାତିଛନ୍ତି ସାଇବର ଠକ । କେତେବେଳେ କାହା ବ୍ୟାଙ୍କ ଆକାଉଂଟକୁ ହ୍ୟାକ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ କାହା ସୋସିଆଲ ମିଡିଆ ଆକାଉଂଟ୍କୁ ହ୍ୟାକ୍ କରି ଟଙ୍କା ମାଗୁଛନ୍ତି । ପ୍ରାୟ ସବୁ ଦିନ କେହି ନା କେହି ଏହି ସାଇବର ଠକଙ୍କ ଲୁଟ୍ର ଶିକାର ହେଉଛନ୍ତି । ହେଲେ ଏବେ କମିଶନରେଟ ପୁଲିସର ଶିକାର ବନିଛନ୍ତି ସାଇବର ଠକ । ଆଜି ୭ ଜଣ ସାଇବର ଠକଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ହାଇପ୍ରୋଫାଇଲ ସାଇବର ଠକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ୍ କାର୍ଡ ଓ ଏଟିଏମ୍ ଜବତ ହୋଇଛି । କିଛି ବ୍ୟାଙ୍କ ପାସବୁକ୍ ମଧ୍ୟ ସାଇବର ଠକଙ୍କ ଠାରୁ ଜବତ ହୋଇଛି । ୧୬ ହଜାରରୁ ଅଧିକ ସିମ୍, ୧୧୦ଟି ମୋବାଇଲ ଜବତ ହୋଇଥିବା ବେଳେ ଏମାନେ କଟକରେ ଅଫିସ କରି ସାରା ଦେଶରେ ସାଇବର ଠକେଇ ଚଳାଇଥିଲେ ।