କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ରାଜ୍ୟରେ ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି

59

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ କମୁଥିଲେ ବି ଆଶଙ୍କା ଦୂର ହୋଇନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଏପରିକି ସେ କହିଛନ୍ତି ଲୋକମାନେ ଢ଼ିଲା ନହୁଅନ୍ତୁ, ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିରେ ଆଉ କିଛି ଦିନ ଚାଲୁ ରଖିବାକୁ ପଡ଼ିବ । ସାମଗ୍ରିକ ଭାବେ ଓଡ଼ିଶାର ସ୍ଥିତିରେ ସୁଧାର ଆସୁଛି । ପ୍ରତିଦିନ ସଂକ୍ରମଣ କମୁଛି, ସଂକ୍ରମଣ ହାର, ସକ୍ରିୟ ସଂକ୍ରମଣ ସଂଖ୍ୟା ମଧ୍ୟ କମୁଛି । ଏହା ସହ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ କମୁଛି । ଯେଉଁ ୫ ଜିଲ୍ଲାରେ ବର୍ତମାନ ସଂଖ୍ୟା ଟିକିଏ ଅଧିକ ରହୁଛି ସେଠି ବି କମିବ, ମାତ୍ର ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ।