ଡ୍ୱେନ ବ୍ରାଭୋଙ୍କୁ ରିଲିଜ କଲା ଚେନ୍ନାଇ: ନିଜ ଅଧିନାୟକଙ୍କୁ ଛାଡିଲେ ହାଇଦ୍ରାବାଦ, ପଞ୍ଜାବ

1,261

କନକ ବ୍ୟୁରୋ: ଆଇପିଏଲ ୨୦୨୩ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଆଜି ସମସ୍ତ ଦଳ ନିଜ ରିଟେନ ଲିଷ୍ଟ ଜାରି କରିଦେଇଛନ୍ତି । ତେବେ ଡ୍ୱେନ ବ୍ରାଭୋ, କେନ ୱିଲିୟମସନ, ମୟଙ୍କ ଅଗ୍ରୱାଲଙ୍କ ଭଳି ବଡ ଖେଳାଳିଙ୍କୁ ଏଥର ଅକ୍ସନକୁ ଯିବାକୁ ପଡିବ । ଡିସେମ୍ବର ଶେଷ ଆଡକୁ ଆଇପିଏଲର ମିନି ଅକ୍ସନ ହେବାର ଅଛି, ଯାହାକୁ ନେଇ ଫ୍ୟାନମାନେ ଉତ୍ସୁକ ଅଛନ୍ତି । ତେବେ ଆସନ୍ତୁ ଦେଖିବାକୁ କେଉଁ ବଡ ଖେଳାଳିଙ୍କ ହାତ ଛାଡିଲା ଦଳ ।

ପଞ୍ଜାବ ନିଜ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ରିଲିଜ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ନିଜ ଅଧିନାୟକ କେନ ୱିଲିୟମସନଙ୍କ ହାତ ଛାଡି ଦେଇଛି । ସେପଟେ ଚେନ୍ନାଇ ସହ ବହୁ ବର୍ଷ ଧରି ଖେଳିଆସୁଥିବା ଡ୍ୱେନ ବ୍ରାଭୋଙ୍କୁ ରିଲିଜ କରିଛି ଦଳ । ମୁମ୍ବାଇ ସର୍ବାଧିକ ୧୩ ଜଣ ଖେଳାଳିଙ୍କୁ ରିଲିଜ କରିଛି ।

ନିଜ ଦେଶ ପାଇଁ ମ୍ୟାଚ ଖେଳିବାକୁ କୋଲକାତାରୁ ୩ ଷ୍ଟାର ଖେଳାଳି ରିଟେନସନରୁ ନିଜ ନାଁ ନେଇଯାଇଛନ୍ତି । ସେମାନେ ହେଲେ ପ୍ୟାଟ କୁମିନ୍ସ, ସାମ ବିଲିଙ୍ଗସ, ଆଲେକ୍ସ ହିଲ୍ସ । ସେହିପରି ଦୁଇ ବଡ ଖେଳାଳି ଏଥର ଆଇପିଏଲରୁ ଅବସର ନେଇଛନ୍ତି । ମୁମ୍ବାଇର କିରନ ପୋଲାର୍ଡ ଓ ଚେନ୍ନାଇ ରବିନ ଉଥାପ୍ପାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ ।