ଶିଶୁ ବେଶରେ ସ୍କୁଲକୁ ଆସିଲେ ଶିକ୍ଷୟିତ୍ରୀ: ସ୍କୁଲରେ ପିଲାଙ୍କ ସହ ପିଲା ହୋଇ ୟୁନିଫର୍ମ ପିନ୍ଧି ଆସିଲେ ଦିଦି

453

କନକ ବ୍ୟୁରୋ: ପିଲାଙ୍କ ସହ ନିଜେ ପିଲା ହୋଇ ସ୍କୁଲ ଆସିଛନ୍ତି ଶିକ୍ଷୟିତ୍ରୀ । ଖାଲି ସେତିକି ନୁହେଁ ପିନ୍ଧିଛନ୍ତି ସ୍କୁଲ ୟୁନିଫର୍ମ । ଆଉ ସ୍କୁଲ ଛାତ୍ରୀଙ୍କ ଭଳି ବାନ୍ଧିଛନ୍ତି ବେଣୀ । ତା ସହିତ ଶିଶୁ ଦିବସ ଅବସରରେ ସ୍କୁଲର ପିଲାମାନଙ୍କ ସହ ଏକାଠି ଧୁମ ନାଚିଛନ୍ତି ଓ ଗାଇଛନ୍ତି । ଶିକ୍ଷକ ଓ ପିଲାଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇବାକୁ ଏହିଭଳି ଏକ ନିଆରା ପ୍ରୟାସ କରିଛନ୍ତି ପାଟଣାଗଡ ବାଲିପଟା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ଭୋଇ । ସ୍କୁଲର ସମସ୍ତ ପିଲାମାନଙ୍କୁ ନିଜ ପିଲା ଭଳି ସ୍ନେହ କରନ୍ତି । ସେମାନଙ୍କ ଭବିଷ୍ୟତ ପାଇ କଣ କରାଯିବ କେମିତି ପିଲାମାନେ ଭଲଭାବେ ପାଠ ପଢିପାରିବେ ଏ ନେଇ ବିଶେଷ ଧ୍ୟାନ ଦିଅନ୍ତି । ପିଲାଙ୍କ ପାଠ ପଢା ଓ ଉଜ୍ଜଳ ଭବିଷ୍ୟତ ପାଇଁ ସେ ପିଲାଙ୍କ ସହ ପିଲା ବି ହୋଇଯାନ୍ତି । ସ୍କୁଲରେ ପିଲାଙ୍କ ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରିଆସୁଥିବା ଏହି ଶିକ୍ଷୟିତ୍ରୀଙ୍କ ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ତେବେ ଗାଁ ଗହଳିରେ ଏହିଭଳି ଶିକ୍ଷକ ରହିଲେ ପିଲାଙ୍କ ଭବିଷ୍ୟତ ନିଶ୍ଚିତ ରୂପେ ସୁନ୍ଦର ଭାବେ ଗଢିହୋଇପାରିବ ।