ଦେଶରେ କମୁଛି କରୋନା ସଂକ୍ରମଣ, ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ୧୧୮ ଦିନ ପରେ ଚିହ୍ନଟ ହେଲେ ସର୍ବନିମ୍ନ ଆକ୍ରାନ୍ତ ।

158

କନକ ବ୍ୟୁରୋ : ଦେଶରେ ବଢ଼ିଲା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ହଜାର ୨୦ଜଣ କରୋନା ମହାମାରୀରେ ମୃତ୍ୟୁବରଣ କରିଛନ୍ତି । ସେପଟେ ଦୈନିକ ସଂକ୍ରମଣ ସଂଖ୍ୟା ୧୧୮ ଦିନ ପରେ ସର୍ବନିମ୍ନ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୩୧ ହଜାର ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା । ୧୧୮ ଦିନ ପରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଧିମେଇବାରେ ଲାଗିଛି । ସଂକ୍ରମଣ ହାର ମଧ୍ୟ କମ ହେଉଥିବା ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ଦେଶରେ,
– ୩୧,୪୪୩ ଆକ୍ରାନ୍ତ ଚିହ୍ନଟ
– ୨୦୨୦ ମୃତ
– ୪୯,୦୦୭ କରୋନାରୁ ସୁସ୍ଥ
– ମୋଟ୍ ଆକ୍ରାନ୍ତ ସଂଖ୍ୟା ୩,୦୯,୦୫,୮୧୯
– ମୋଟ ସୁସ୍ଥ ସଂଖ୍ୟା ୩,୦୦,୬୩,୭୨୦
– ସକ୍ରିୟ ରୋଗୀ ସଂଖ୍ୟା ୪,୩୧,୩୧୫
– ମୋଟ ମୃତ୍ୟୁ ସଂଖ୍ୟା ୪,୧୦,୭୮୪

ସେପଟେ ଦେଶରେ ସୁସ୍ଥ ହାର ବୃଦ୍ଧି ପାଇ ୯୭.୨୮ ପ୍ରତିଶତ ରେକର୍ଡ ହୋଇଛି । ସେପଟେ ପାହାଡିଆ ଅଞ୍ଚଳରେ ପର୍ଯ୍ୟଟକଙ୍କ ଗହଳି କମାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ କଡା ଚେତାବନୀ ଦେଇଛନ୍ତି । ଉତ୍ତରାଖଣ୍ଡରେ ପର୍ଯ୍ୟଟକଙ୍କ ଗହଳି କମାଇବା ପାଇଁ ସରକାର ଅଂଟା ଭିଡିଛନ୍ତି । ମଶୁରୀ, ନୈନିତାଲରୁ ୮ହଜାର ଟୁରିଷ୍ଟ ଗାଡି ପଠାଇ ଦିଆଯାଇଛି । ଏହାସହ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଆସନ୍ତା ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ କୋଭିଡ୍ କର୍ଫ୍ୟୁ ଲାଗୁ କରିଛନ୍ତି ।

କରୋନା କାଳରେ ଗତ କିଛିଦିନ ହେବ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁଥିଲା । ଏହି ସବୁ ସ୍ଥାନରେ କୋଭିଡ୍ କଟକଣାର ଉଲ୍ଲଂଘନ ହେତୁ କେନ୍ଦ୍ର ସରକାର ରାଜ୍ୟ ସରକାର ଗୁଡିକୁ ତାଗିଦ୍ ।