ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାକୁ ନେଇ ଦ୍ୱନ୍ଦ। ସାମନାକୁ ଆସୁଛି ନୂଆ ନୂଆ ବିବାଦ, ଲାଞ୍ଚ ନଦେଲେ ମିଳୁନି ଆବାସ ଘର

146

କନକ ବ୍ୟୁରୋ: ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ ଚାହିଁବସିଥିଲେ ଲୋକେ । ହେଲେ ତାଲିକାରେ କିନ୍ତୁ ନାଁ ନାହିଁ । ଲାଞ୍ଚ ନଦେଲେ ମିଳୁନି ଆବାସ ଘର । ବିଭିନ୍ନ ସ୍ଥାନରେ ଏହି ଆବାସ ଯୋଜନା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ବସ୍ତାରେ ବହୁ ହିତାଧିକାରୀଙ୍କ ନାଁ ତାଲିକାରେ ନାହିଁ । କିଏ ଭଙ୍ଗାରୁଜା ଘରେ ରହୁଛି ତ ଆଉ କିଏ ଚିରାଜରି ତଳେ ରହୁଛି । ଶୀତ କାକରରେ ଖୋଲା ଆକାଶ ତଳେ ପରିବାର ସହ ବିତୁଛି ଜୀବନ । ଘର ପାଇବାକୁ ଯୋଗ୍ୟ ହୋଇଥିଲେ ବି ବାସହରାଙ୍କ ନାଁ ନାହିଁ । ସେହିଭଳି ନିମାପଡାରେ ମଧ୍ୟ ଘର ଖଣ୍ଡିଏ ପାଇଁ ନିରାଶ ହୋଇପଡ଼ିଛନ୍ତି ଯୋଗ୍ୟ ହିତାଧିକାରୀ । ନରହନ୍ତା ଗାଁରେ ଲୋକଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରାଯାଇଛି ଓ ଘର ମିଳିବା ନେଇ କୁହାଯାଇଥିଲା । ହେଲେ ପ୍ରକାଶ ହୋଇଥିବା ତାଲିକାରେ କିନ୍ତୁ କାହାର ନାଁ ନାହିଁ । ଧନୀ ସବୁ ଘର ହାତେଇ ନେଉଥିବା ବେଳେ ଗରିବ ପାଖରେ କିଛି ନାହିଁ । ଅନଟନ ଭିତିରେ ଘର ଖଣ୍ଡିଏ କରିବା ସେମାନଙ୍କ କ୍ଷମତା ବାହାରେ । ଯାହାକୁ ନେଇ ଅସନ୍ତାଷ ପକାଶ କରିଛନ୍ତି ହିତାଧିକାରୀ ମାନେ।
ସେହିଭଳି ଢେଙ୍କାନାଳ ବିଶ୍ୱନାଥପୁରର ଏକ ଦିବ୍ୟାଙ୍ଗ ପରିବାର । ଜରିଟଣା ଭଙ୍ଗାରୁଜା ଘରେ ରହୁଥିବା ବେଳେ ୪ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ଏହି ପରିବାର ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ରହିଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନୁରୋଧ କରିଥିଲେ ବି ଏଯାଏ ତାଲିକାରେ ବି ନାଁ ନାହିଁ । ଯାହାକୁ ନେଇ ଅସନ୍ତାଷ ଦେଖିବାକୁ ମିଳିଛି ।