‘ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା’: ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କ ସୂଚନା ।

380

କନକ ବ୍ୟୁରୋ: ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ଆରମ୍ଭ କରିସାରିଥିବାବେଳେ କଂଗ୍ରେସ କିନ୍ତୁ ପଛରେ ପଡିଛି । କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ । ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଭକ୍ତ ଦାସ । ଏହାସହ ସେ ନିଜେ ନର୍ଲାରୁ ବିଧାନସଭା ଟିକେଟରେ ଲଢିବେ ବୋଲି କହିଛନ୍ତି ।