ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ ଚାଷୀ ଆନ୍ଦୋଳନର ପ୍ରଭାବ । କଂଗ୍ରେସକୁ ବହୁମତ, ଦ୍ୱିତୀୟରେ ଅକାଳୀ ଦଳ , ସର୍ତ୍ତା ଖୋଜୁଛି ବିଜେପି

635

କନକ ବ୍ୟୁରୋ : ପଞ୍ଜାବ ମ୍ୟୁନିସପାଲଟି ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ହୋଇଛି । ବୁଧବାର ପ୍ରକାଶ ପାଇଥିବା ଫଳା ଫଳ ମୁତାବକ ନଗର ନିଗମ ଓ ନଗର ପଞ୍ଜାୟତରେ କଂଗ୍ରେସ ଦଳକୁ ଅଶାତୀତ ସଫଳତା ମିଳିଛି । ଖବର ଲେଖାହେବା ଯାଏ ୮ଟି ନଗର ନିଗମରୁ କଂଗ୍ରେସ ୭ ଟିରେ ବିଜୟ ଲାଭ କରିଛି । ଏହାସହ ୯୮ ଟି ମ୍ୟୁନିସପାଲଟି କାଉଁସିଲରେ ବି କଂଗ୍ରେସ ବିଜୟ ଲାଭ କରିସାରିଛି ।
ଏହି ନିର୍ବାଚନର ଫଳା ଫଳ କୁ ଏଥିପାଇଁ ଦେଶସାରା ଲୋକ ଅପେକ୍ଷା କରିଥିଲେ କାରଣ କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକ ଆନ୍ଦୋଳନ ପ୍ରଥମେ ପଞ୍ଜାବରୁ ଆରମ୍ଭ ହୋଇଥିଲା । ଏହାସହ ଏବେ ବି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ ସର୍ବାଧିକ ପଞ୍ଜାବର ଚାଷୀ ଭାଗ ନେଇଛନ୍ତି ।

ନିର୍ବାଚନ ଫଳା ଫଳ ଆସିବା ପରେ କଂଗ୍ରେସ ନେତା ମନପ୍ରୀତ ସିଂ ବାଦଲ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ପଞ୍ଜାବରେ ଇତିହାସ ରଚିଲା କଂଗ୍ରେସ । ଭଟିଣ୍ଡାରେ ୫୩ ବର୍ଷ ପରେ କଂଗ୍ରେସ ବିଜୟର ସ୍ୱାଦ ଚାଖିଲା । ଏହା ପୂର୍ବରୁ ଭଟିଣ୍ଡା ନଗର ନିଗମରେ କାଳୀଦଳର ବିଜୟ ହେଉଥିଲା ।

କହିରଖୁ କି ଏଥର ପଞ୍ଜାବ ନଗର ନିଗମ ନିର୍ବାଚନ କୃଷି ଆନ୍ଦୋଳନ ଜାରି ରହିଥିବା ବେଳେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ପ୍ରଥମେ ପଞ୍ଜାବରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନ ଆରମ୍ଭରେ ପଞ୍ଜାବର ଚାଷୀମାନେ ବିଜେପି ଓ ଅକାଳୀଦଳକୁ ଘୋର ବିରୋଧ କରିଥିଲେ ।

ଫେବୃଆରୀ ୧୪ ତାରିଖରେ ଏହି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥର ପାଖା ପାଖି ୭୧ ପ୍ରତିଶତ ଭୋଟର ସେମାନଙ୍କ ମତଦାନ କରିଥିଲେ । ଏହି ନିର୍ବାଚନରେ ମୋଟ ୯୨୨୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସବୁଠାରୁ ବଡ କଥା ଏଥର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଠାରୁ ସ୍ୱାଧିନ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିଲା । ରାଜନୈତିକ ଦଳ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ପ୍ରାର୍ଥୀ କଂଗ୍ରେସ (୨୦୩୭) ଦେଇଥିଲା । ଏହାସହ ବିଜେପି ୧୦୦୩ ଜଣ ପ୍ରାର୍ଥୀ ଦେଇଥିଲା । ଆଗାମୀ ୨୦୨୨ ମସିହାରେ ପଞ୍ଜାବରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ସଫଳତା ପାଇ କଂଗ୍ରେସ ବେସ୍ ଆସାୟୀ ଥିବା ଦେଖିବାକୁ ମିଳିଛି ।