ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଡାକ୍ତରଙ୍କ ଆକାଉଂଟରୁ ୭୭ ଲକ୍ଷ ଲୁଟିନେଲେ ସାଇବର ଠକ । କଟକରୁ ଆସିଲା ଚାଂଚଲ୍ୟକର ଖବର ।

369

କନକ ବ୍ୟୁରୋ: ଡାକ୍ତରଙ୍କ ଆକାଉଂଟରେ କଳାକନା ବୁଲାଇଲେ ସାଇବର ଠକ ଆଉ ଲୁଟିନେଲେ ୭୭ ଲକ୍ଷ ଟଙ୍କା । କଟକରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଆଉ ଏହାର ଶିକାର ହୋଇଛନ୍ତି ଡାକ୍ତର ସନାତନ ମହାନ୍ତି । ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ ଆସିଥିଲା, ଆଉ ଏଟିଏମ କାର୍ଡ ଜରିଆରେ ନମ୍ବରରେ ରିଚାର୍ଜ ନକଲେ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଠକ । ଏହାପରେ ଭୟରେ ସନାତନ ମହାନ୍ତି ଗୁଗୁଲ ଷ୍ଟୋରରୁ ଏକ ଆପ ଡାଉନଲୋଡ କରି ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ତା ପରେ କିଛି ସମୟରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଂଟରୁ କଟିଚାଲିଥିଲା ଟଙ୍କା । ଆଉ ଏବେ ଡାକ୍ତର ତାଙ୍କ ଟଙ୍କା ଫେରିପାଇବା ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।