କଂଗ୍ରେସକୁ ଘାରିଛି ଦଳୀୟ ପାଣ୍ଠି ଚିନ୍ତା । ପ୍ରଚାର ପାଇଁ ପ୍ରାର୍ଥୀ ଦେବେ ୫୦ ହଜାର! କାରଣ …

275

କନକ ବ୍ୟୁରୋ: କଂଗ୍ରେସକୁ ଘାରିଛି ନିର୍ବାଚନୀ ପାଣ୍ଠି ଚିନ୍ତା । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ । ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ ହଜାର ଟଙ୍କା ଲେଖାଏଁର ଚେକ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହା ପ୍ରତି ବଦଳରେ ଦଳ ପକ୍ଷରୁ ପ୍ରଚାରରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରଚାର ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି ।

ଦଳ ପକ୍ଷରୁ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଚିଠି ଲେଖିଥିବା ଦେଖିବାକୁ ମିଳିଛି । ଆଜି, ଚୁଡାନ୍ତ ପ୍ରାର୍ଥୀଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟି ରଣନୀତି ନେଇ ଆଲୋଚନା କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପୁରୀରେ କଂଗ୍ରେସର ପ୍ରାର୍ଥୀ ଚୟନ ଏବଂ ରଣନିତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କୁହାଯାଉଛି । କଂଗ୍ରେସ ୨୫ ବର୍ଷ ହେଲା ରାଜ୍ୟରେ ଏବଂ ୧୦ ବର୍ଷ ହେଲା ଦେଶରେ ସରକାରରେ ନଥିବାରୁ ଦଳ ପାଖରେ ପାଣ୍ଠିର ଅଭାବ ରହିଛି ।

ସେପଟେ ଆୟକର ବିଭାଗ ବକେୟା ଟାକ୍ସକୁ ନେଇ ଦଳର ୧୨୫ କୋଟିରୁ ଅଧିକ ଟଙ୍କା ଫ୍ରିଜ୍ କରିଛି । ଯେଉଁଥିପାଇଁ ଦଳକୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କ ସହଯୋଗ ଲୋଡିବାକୁ ପଡିଛି ।