ନବୀନ ନିବାସରେ ଟିକେଟ୍ ଆଶାୟୀଙ୍କ ଭିଡ । ଏକାଧିକ ଆଶାୟୀ ଥିବାରୁ ୩୫ ଜଣଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ।

କାହା ଟିକେଟ୍ କଟିବ କାହାର ରହିବ?

789

କନକ ବ୍ୟୁରୋ: ନବୀନ ନିବାସରେ ଟିକେଟ୍ ଆଶାୟୀଙ୍କ ଭିଡ଼ । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଚାଲିଛି ଶେଷ କସରତ । ୭୫ ବିଧାନସଭା, ୬ ଲୋକସଭା ଆସନ ଉପରେ ଏବେ ନଜର ରହିଛି ।

ଏକାଧିକ ଆଶାୟୀ ଥିବାରୁ ୩୫ ଜଣଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ନବୀନଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି । ଭୁବନେଶ୍ୱରରେ ୩ଟି ଆସନରେ ଏବେବି ପ୍ରାର୍ଥୀ ଘୋଷଣା ହୋଇନାହିଁ । ବିଶେଷକରି ଯେଉଁ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଅଧିକ ରହିଛି । ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଟିକେଟ ଘୋଷଣା ପୂର୍ବରୁ ଆଶାୟୀ ତଥା ନେତାଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ଦଳର ତୁଙ୍ଗ ନେତା ।