ଶଙ୍ଖ ଧରିଲେ ସୁରେନ୍ଦ୍ର । ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ।

483

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର । ନିଜ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର । ଦୀର୍ଘ ୩୮ ବର୍ଷ ଧରି କଂଗ୍ରେସରେ ଥିବା ସୁରେନ୍ଦ୍ର ବଲାଙ୍ଗୀର ଜିଲ୍ଲା ସଭାପତି ପଦ ସହ ଏଆଇସିସିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁରେନ୍ଦ୍ର । ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ଠାରୁ ପରାଜିତ ହୋଇଥିଲେ ସୁରେନ୍ଦ୍ର ।

ସୁରେନ୍ଦ୍ର ବିଜେଡିରେ ମିଶିଥିଲେ ମଧ୍ୟ ତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଜେଡି ପୂର୍ବରୁ ଟିଟିଲାଗଡ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଟିଟିଲାଗଡରୁ ପୁଣିଥରେ ଟୁକୁନି ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏଭଳିସ୍ଥଳେ ସୁରେନ୍ଦ୍ରଙ୍କୁ ଦଳ କେଉଁଠୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ପ୍ରଶ୍ନ । ଯଦି ସୁରେନ୍ଦ୍ରଙ୍କୁ ଦଳ ପ୍ରାର୍ଥୀ ନକରେ ତେବେ କେଉଁ ଦାୟିତ୍ୱରେ ଅବତୀର୍ଣ୍ଣ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ଲାଗି ରହିଛି ।