ଟୋକିଓ ଅଲିମ୍ପିକ୍ସ : ପ୍ରଥମ ସ୍ବର୍ଣ୍ଣପଦକ ଜିଣିଲେ ଚୀନ ସୁଟର୍‌ ୟାଙ୍ଗ୍‌ କିଆନ୍‌

210

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ଚୀନ ସୁଟର ୟାଙ୍ଗ୍ କିଆନ୍ ।  ମହିଳା ବିଭାଗର ୧୦ ମିଟର୍ ଏୟାର୍‌ ରାଇଫଲ୍‌ ଚାଳନାରେ ସେ ପ୍ରଥମ ସ୍ବର୍ଣ୍ଣପଦକ ବିଜୟିନୀ ହୋଇଛନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ରୁଷ୍‌ର ସୁଟର୍‌ ଆନାସ୍ତାସିଆ ଗାଲାସିନା ରୌପ୍ୟ ଏବଂ ସୁଇଜରଲାଣ୍ଡର ନିନା କ୍ରି‌ଷ୍ଟେନ୍‌ କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ତିମ ସଟରେ ରୁଷର ସୁଟର୍‌ ଆନାସ୍ତାସିଆ ଗାଲାସିନା ୮.୯ରେ କେନ୍ଦ୍ରସ୍ଥଳରେ ଥିବା ଦୁଇଟି ବଳୟରେ ଲକ୍ଷ୍ୟଭ୍ରଷ୍ଟ ହେବାରୁ ୟାଙ୍ଗ୍ ତାଙ୍କୁ ଟପିଯିବା ସମ୍ଭବପର ହୋଇଥିଲା । ଚୂଡ଼ାନ୍ତ ସଟରେ ୟାଙ୍ଗ୍‌ ୯.୮ ହାସଲ କରିବା ସହ ୨୫୧.୮ ହାସଲ କରି ଅଲିମ୍ପିକ୍ ରେକର୍ଡ କରି ଏହି ପ୍ରତିଯୋଗିତାର ଅବସାନ ଘଟାଇଥିଲେ। ସେହିପରି, ଗାଲାସିନା ୨୫୧.୧ ହାସଲ କରିଥିଲେ । ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଟୋମାସ୍ ବାକ୍ ୟାଙ୍ଗଙ୍କୁ ପ୍ରଥମ ପଦକ ପ୍ରଦାନ ଉତ୍ସବରେ ସ୍ବର୍ଣ୍ଣପଦକ ପ୍ରଦାନ କରିଥିଲେ ।