ପୋଲିସ ଏସଆଇ ପରୀକ୍ଷା ପାଇଁ ଆବେଦନ ପରେ କିନ୍ନରଙ୍କ ଜୋରଦାର ଅଭ୍ୟାସ : ଯୋଗ ପ୍ରାଣାୟମ ସହ ଅନ୍ୟାନ୍ୟ ଶାରୀରିକ ଅଭ୍ୟାସ କଲେ ୨୬ ଜଣ କିନ୍ନର

185

କନକ ବ୍ୟୁରୋ : ଆତ୍ମସମ୍ମାନ ସହ ବଂଚିବାକୁ ଚାହୁଁଛନ୍ତି କିନ୍ନର । ଭିକ୍ଷାବୃତି କିମ୍ବା ଅନ୍ୟ କିଛି ଉପାୟ ନୁହଁ ଖାକି ପୋଷାକ ପିନ୍ଧି ସମ୍ମାନ ସହ ବଂଚିବାକୁ ଚାହୁଁଛନ୍ତି । ଆଗକୁ ପୋଲିସ ଏସଆଇ ଇଂଟରଭିୟୁ ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ୨୬ ଜଣ କିନ୍ନର । ପ୍ରଥମ ଥର ପାଇଁ ରାଜ୍ୟ ପୋଲିସ ବିଭାଗରେ କିନ୍ନରଙ୍କୁ ଆବେଦନ କରିବା ପାଇଁ ଅନୁମତି ମିଳିଛି ।

ତେଣୁ ଆବେଦନ କରୁଥିବା ୨୬ଜଣ କିନ୍ନର ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯୋଗ, ପ୍ରାଣାୟମ ସହ ଅନ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସୁନ୍ଦରପଦାର ଗରିମା ଗୃହରେ ଯୋଗଗୁରୁଙ୍କ ସହାୟତାରେ ଚାଲିଛି ଅଭ୍ୟାସ ।