ମହରାଷ୍ଟ୍ରରେ ବନ୍ୟାର କରାଳରୂପ: ନେଲାଣି ୧୨୯ ଜୀବନ: ୩୮ରୁ ଉର୍ଦ୍ଧ୍ୱ ନିଖୋଜ

185

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗଁ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୨୯ରେ ପହଂଚିଲାଣି । ଭାରତୀୟ ସେନା, ବାୟୁ ସେନା ଓ ଓଡ୍ରାଫ୍ ଟିମର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରୁ ଏଯାଏଁ ପାଖାପାଖି ୮୫ ହାଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାୟଗଡ ଓ ସତାରା ଜିଲ୍ଲା ।

ଏହା ବ୍ୟତୀତ ରତ୍ନଗିରି, ପାଲଘର, ଥାନେ ଓ ନାଗପୁର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୋହ୍ଲାପୁର ଜିଲ୍ଲାରେ ଏକ ବସ୍ ୧୧ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ବସଟି ଭାସିଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଉଦ୍ଧାର କାର୍ଯ୍ୟରେ ଅଂଟା ଭିଡିଥିବା ଭାରତୀୟ ସେନା ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହାସହ ପ୍ରଭାବିତ ଲୋକଙ୍କୁ ରିଲିଫ୍ ମଧ୍ୟ ଯୋଗାଇଦିଆଯାଉଛି ।