ଜମ୍ମୁ-କାଶ୍ମୀର : ଅବନ୍ତିପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କୀ ମୃତ

133

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେଶନରେ ପୋଲିସ, ସେନା ଓ ସିଆରପିଏଫ ଯବାନ ମାନେ ସାମିଲ ଅଛନ୍ତି । ମୃତ୍ୟୁବରଣ କରିଥିବା ହଜ୍ଜିବୁଲ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ତା’ର ନାମ ମୁସେବ ମୁସ୍ତାକ, ସେ ଲୁରଗାରେ ଜାବିଦ ଅହମ୍ମଦଙ୍କ ହତ୍ୟାରେ ସାମିଲ ଥିବା କଥା କୁହାଯାଇଛି । ଅନ୍ୟପଟେ ଦକ୍ଷିଣ କାଶ୍ମୀରରେ ନାଗରିକ ମାନଙ୍କୁ ହତ୍ୟା କରିବା ଘଟଣାରେ ତାର ହାତ ଥିବା କଥା ଜଣାପଡିଛି । ଅନ୍ୟ ଜଣେ ଆତଙ୍କବାଦୀଙ୍କ ପରିଚୟ ବାବଦରେ ସନ୍ଧାନ ଚଳାଇଛନ୍ତି ସୁରକ୍ଷା କର୍ମୀ ।

ସୂଚନା ମୁତାବକ ଅଗଷ୍ଟ ୬ ତାରିଖରେ ଥାନ୍ନାମଣ୍ଡିର ପଙ୍ଗାଇ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ ୫ ଜଣ ଆତଙ୍କବାଦୀ ଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ହେଲେ ଅନ୍ୟ ୩ ଜଣ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ ।

କହିରଖୁ କି କିଛିଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ନେତା ମାନଙ୍କୁ ଟାର୍ଗେଟ କରୁଛନ୍ତି । ଗୋଟିଏ ସପ୍ତାହରେ ୨ ଜଣ ନେତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ସୁରକ୍ଷା କର୍ମୀ , ଗୁଇନ୍ଦା ବିଭାଗ ଓ ସ୍ଥାନୀୟ ପୋଲିସ ଆକ୍ସନ ମୋଡକୁ ଆସିଛି । ସୂଚନା ପାଇବା ମାତ୍ରେ ସୁରକ୍ଷାକର୍ମୀମାନେ ପୁରା ଦମରେ ଆତଙ୍କବାଦୀଙ୍କୁ ମାରିବାକୁ ଆଗେଇ ଆସୁଛନ୍ତି ।