ସୁପ୍ରିମକୋର୍ଟର ୫ ବିଚାରପତି ନେଲେ ଶପଥ : ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କରାଇଲେ ଶପଥ ପାଠ; ୩୨ରେ ପହଞ୍ଚିଲା ବିଚାରପତିଙ୍କ ସଂଖ୍ୟା

129

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୫ ବିଚାରପତି ନେଲେ ଶପଥ । ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କରାଇଲେ ଶପଥ ପାଠ । ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୨ରେ ପହଞ୍ଚିଲା । ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କରୋଲ, ଜଷ୍ଟିସ ପି.ଭି ସଞ୍ଜୟ କୁମାର, ଜଷ୍ଟିଲ ଅହସନୁଦ୍ଦିନ ଅମାନୁଲ୍ଲା ଶପଥ ପାଠ କରିଛନ୍ତି । ସେହିପରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ର ଶପଥ ନେଇଛନ୍ତି ।  ଫେବ୍ରୁଆରୀ ୪ରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିଲେ ।