ନବଦାସ ହତ୍ୟାକାଣ୍ଡ ମାମଲା: ଗୋପାଳ ଭାଇଙ୍କ ହୋଟେଲରେ କ୍ରାଇମବ୍ରାଞ୍ଚ ଏଡିଜି । ଏଇଠି ବସାଉଠା କରୁଥିଲେ ଅଭିଯୁକ୍ତ ।

767

କନକ ବ୍ୟୁରୋ : ଗୋପାଳ ଭାଇଙ୍କ ହୋଟେଲରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ବ୍ରଜରାଜନଗର ସ୍ଥିତ ଗୋପାଳ ଭାଇଙ୍କ ହୋଟେଲରେ ଏଡିଜି । ତଦନ୍ତ ପାଇଁ ଏଡିଜିଙ୍କ ସହିତ ଅଛନ୍ତି ସ୍ଥାନୀୟ ପୋଲିସ ଟିମ୍ । ଗୋପାଳଙ୍କ ଭାଇଙ୍କ ହୋଟେଲରେ ବସାଉଠା କରୁଥିଲେ ଅଭିଯୁକ୍ତ ଗୋପାଳ । ଏବେ ସୂତାଖିଅ ଖୋଲିବାକୁ ଚାରିଆଡୁ ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

କ୍ରାଇମବ୍ରାଞ୍ଚ ଖୋଲିବ କି ଗୋପାଳ ଗୁଳି ପଛର ଗୁମର? ଅଭିଯୁକ୍ତ ଗୋପାଳର ଘରେ ପହଞ୍ଚିିଛି କ୍ରାଇମବ୍ରାଞ୍ଚ ଟିମ୍ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଗୋପାଳର ପରିବାର ଲୋକଙ୍କୁ ପଚରା ଉଚରା କରିବ ଏହି ଟିମ୍ । ଗୋପାଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଗୋପାଳଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚ ।