ଝାରସୁଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । ୪ ଜଣ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

258

କନକ ବ୍ୟୁରୋ: ଝାରସୁଗୁଡ଼ା ବାଇପାସ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଜୁ ଏକ୍ସପ୍ରେସ୍ ୱେରେ ଏହି ଦୁର୍ଘଟଣା ଘଟିଛି । ଆଜି ସଂଧ୍ୟା ୭ଟା ସମୟରେ ଠେଲକୋଲୋଇ ସ୍ଥିତ ଜେଏସଡବ୍ଲୁ ଭୂଷଣ ପ୍ଲାଣ୍ଟରୁ ୬୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଏକ ବସ ଆସୁଥିଲା । କୋଇଲା ବୋଝେଇ ହୋଇଥିବା ଏକ ହାଇୱା ସରବାହଲ ନିକଟରେ ଦୁଇଟି ଗାଈକୁ ଧକ୍କା ଦେଇ ଡିଭାଇଡର ଭାଙ୍ଗି ରାସ୍ତାର ଅପରପାଶ୍ୱର୍ରେ ଯାଉଥିବା ବସକୁ ଧକ୍କା ଦେଇଥିଲା । ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବାଇପାସ୍ ରାସ୍ତାରେ ଥିବା ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଭର୍ତି କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାପାଳ ଡାକ୍ତରଖାନାରେ ପହଁଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।