ଏସସିଓ ସମ୍ମିଳନୀରୁ ଆସିଲା ଭାରତ-ଚୀନ୍ ତିକ୍ତ ସମ୍ପର୍କର ଚିତ୍ର । ପାଖାପାଖି ଛିଡା ହେଲେ କିନ୍ତୁ ମୁହଁକୁ ଅନେଇଲେନି ମୋଦୀ ଓ ଜିନପିଙ୍ଗ ।

267

କନକ ବ୍ୟୁରୋ: ଉଜବେକିସ୍ତାନର ଏସସିଓ ମଞ୍ଚରୁ ଭାରତ-ଚୀନ୍ ତିକ୍ତ ସମ୍ପର୍କର ପ୍ରମାଣ ସାମ୍ନାକୁ ଆସିଛି । ସମ୍ମିଳନୀରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହୋଇଛନ୍ତି । ଯୋଗଦେଇଥିବା ସବୁ ନେତାମାନେ ଫଟୋସୁଟ ବେଳେ ପାଖାପାଖି ଛିଡ଼ା ହୋଇଥିଲେ ମୋଦୀ ଓ ଜିନପିଙ୍ଗ । ହେଲେ କେହି କାହାରି ମୁହଁ ଚାହିଁନଥିଲେ ।

ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗଲୱାନ ଘାଟିରେ ସଂଘର୍ଷ ପରେ ଏହି ବିବାଦ ବଢ଼ିଛି । ତେବେ ଉଭୟ ପକ୍ଷ କୂଟନୈତିକ ସ୍ତରରେ ଆଲୋଚନା ପରେ ଧୀରେ ଧୀରେ ସୀମାରୁ ସୈନ୍ୟ ଅପସାରଣ କରୁଛନ୍ତି । ନିକଟରେ ଗୋଗ୍ରା ଓ ହଟ ସ୍ପ୍ରିଗଂ ଅଞ୍ଚଳରୁ ଉଭୟ ଚୀନ ଓ ଭାରତର ସେନା ପଛକୁ ହଟିଛନ୍ତି । ତେବେ ଏବେ ବି କିଛି ଜାଗାରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ।

ସେପଟେ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ମୋଦୀ । ଏହି ସମୟରେ ସେ କହିଛନ୍ତି ଯେ, ଆଜିର ଯୁଗ ନୁହେଁ ଯୁଦ୍ଧର ଯୁଗ । ଖାଦ୍ୟ, ସାର, ଇନ୍ଧନ ନିରାପତ୍ତା ହିଁ ବର୍ତ୍ତମାନ ସମୟରେ ବିଶ୍ୱ ପାଇଁ ବଡ଼ ଆହ୍ୱାନ । ଏହାର ଉତ୍ତରରେ ପୁଟିନ କହିଛନ୍ତି ଯେ, ଭାରତର ଏନେଇ ଚିନ୍ତାକୁ ସେ ବୁଝିପାରିଛନ୍ତି ।