ବିଜେପି ପ୍ରାର୍ଥୀ ତାଲିକା: କଟିଲା ବୁଧାନ ମୁର୍ମୁଙ୍କ ଟିକେଟ୍ । ଭାଦବ ହାଂସଦାଙ୍କ ଉପରେ ଭରସା କଲା ଦଳ ।

466

କନକ ବ୍ୟୁରୋ: ପ୍ରକାଶ ପାଇଛି ବିଜେପିର ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଘୋଷଣା ହୋଇଛି ୨୧ ଜଣ ପ୍ରାର୍ଥୀଙ୍କ ନାଁ । ତେବେ ଏହି ତାଲିକାରେ ଦୁଇ ବିଧାନସଭାର ପ୍ରାର୍ଥୀତ୍ୱ ବଦଳିଥିବାବେଳେ ଗୋଟିଏ ବିଧାନସଭାରେ ପ୍ରାର୍ଥୀଙ୍କ ନାଁ କଟି ଅନ୍ୟ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି ।

ସାରସକଣା ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଏହି ତାଲିକାରେ ଡାକ୍ତର ବୁଧାନ ମୁର୍ମୁଙ୍କ ନାଁ କଟିଥିବାବେଳେ ତାଙ୍କ ବଦଳରେ ଭାଦବ ହାଂସଦଙ୍କୁ ସୁଯୋଗ ଦେଇଛି ଦଳ । ୨୦୧୯ରେ ବୁଧାନ ମୁର୍ମୁ ସାରସକଣା ଆସନରୁ ଲଢି ୫୩, ୧୯୭ ଭୋଟରେ ବିଜୟଲାଭ କରିଥିଲେ ।ଏଥର କିନ୍ତୁ ତାଙ୍କ ଉପରେ ଦଳ ବିଶ୍ୱାସ ସ୍ଥାପନ ନକରିଥିବାରୁ ଦଳ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବୁଧାନ ମୁର୍ମୁ ।