ବଲାଙ୍ଗିରର : ବଲାଙ୍ଗିରର କିଲର ସନ । ପୁଅ ମାରିଦେଲା ବାପାଙ୍କୁ । ରକ୍ତର ଭାଇକୁ ବି ଛାଡିଲାନି ରକ୍ତମୁଖା ଭାଇ । ସୁନାର କ୍ଷେତରେ ରକ୍ତର ବନ୍ୟା । ସାନପୁଅର ଟାଙ୍ଗିଆ ମାଡରେ ଚିତ୍ ପଡିଥିଲେ ବାପା ଓ ମଝିଆ ଭାଇ ବି ରକ୍ତ ଜୁଡୁବୁଡୁ । ପରିବାର ଓ ସଂପର୍କୀୟଙ୍କ କାନ୍ଦବୋବାଳି । ଏ କିଲର ସନ୍ –ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଢୁଲୁସର ଗାଁର ସୋମନାଥ ଦଳାଇ । ଯିଏ ଜମିରୁ ଭାଗ ପାଇବାକୁ ମାରି ଦେଇଛି ନିଜ ବାପା ଓ ମଝିଆ ଭାଇକୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ମୃତ ଗୋବିନ୍ଦ ଦଳାଇଙ୍କ ୪ ପୁଅଙ୍କ ମଧ୍ୟରେ ଜମି ଭାଗବଂଟାକୁ ନେଇ ଚାଲିଥିଲା କଳହ । ଆଜି ସକାଳେ ମଝିଆ ପୁଅ ଯୁଧିଷ୍ଠିର ଜମିରେ ଚାଷ କରୁଥିବା ବେଳେ ସାନପୁଅ ସୋମନାଥ ହଠାତ୍ ଆକ୍ରମଣ କରିଥିଲା । ଟାଙ୍ଗିଆରେ ହାଣି ପକାଇଥିଲା ନିଜ ରକ୍ତର ଭାଇକୁ । ଏହାଶୁଣି ଗାଁ ଲୋକଙ୍କ ସହ ବାପା ଆସିଥିଲେ ଜମି ଉପରକୁ । ହେଲେ ସେତେବେଳକୁ ହିତାହିତ ଜ୍ଞାନ ଭୂଲି ଯାଇଥିଲା ସାନପୁଅ । ବାପାଙ୍କୁ ବି ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।
ଜମି ଭାଗ ପାଇବାକୁ ପୂର୍ବରୁ ଏମିତି ରକ୍ତମୁଖା ହୋଇଥିଲା ସୋମନାଥ । ତେଣୁ ବାପା ତାକୁ ଘରୁ କାଢି ଦେଇଥଲେ। ଏହାର ପ୍ରତିଶୋଧ ନେବାକୁ ସୋମନାଥ ଏମିତି କରିଥିବା କୁହାଯାଇଛି ।
ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ –