ମାହାଙ୍ଗା ଡବଲ ମର୍ଡର ମାମଲା : ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ମାହାଙ୍ଗା ବିଜେପିର ଶୋଭାଯାତ୍ରା

75

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗା ବିଜେପିର ବଡ ଧରଣର ରାଜନୈତିକ ଶୋଭାଯାତ୍ରା । ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ମାର୍ଚ୍ଚ ୧୭ ତାରିଖରୁ  କୁଳିଆ ମଠରୁ ବାହାରି ଜଗତପୁରରେ ପହଂଚିଥିଲା । ପରେ ଶୁକ୍ରବାର କଟକ ଜିଲ୍ଲା ପ୍ରତାପ ନଗରୀରୁ ବାହାରି ଭୁବନେଶ୍ୱର ରାମମନ୍ଦିର ନିକଟରେ ପହଂଚିବା ପରେ ବିଧାନସଭା ଘେରାଓ କରିବେ ମାହାଙ୍ଗା ବିଜେପି ନେତା ଓ କର୍ମୀ ।

ସେମାନଙ୍କ ମୁଖ୍ୟ ଦାବି ହେଲା, ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ପ୍ରତାପ ଜେନା ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଅନ୍ୟପକ୍ଷରେ ମାହାଙ୍ଗା ପ୍ରସଙ୍ଗରେ ବିଜେଡ଼ି କହିଛି, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରାଯାଉଛି ଏବଂ ଡ଼ବଲ ମର୍ଡ଼ର ଘଟଣାରେ ମନ୍ତ୍ରୀଙ୍କର କିଛି ସମ୍ପୃକ୍ତି ନାହିଁ ବରଂ ରାଜନୈତିକ ଅଭିଶନ୍ଧୀ ରଖି ବିଜେପି ଶସ୍ତା ରାଜନୀତି କରୁଛି ।

ଚଳିତବର୍ଷ ଜାନୁଆରୀ ୨ ତାରିଖରେ ମାହାଙ୍ଗାର ବିଜେପି ନେତା କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୮ଜଣଙ୍କୁ ଗିରଫ କରିଛି । ୨ ଜଣ ଆତ୍ମସମର୍ପଣ କରିଛନ୍ତି । ବାକି ୨ରୁ ୩ଜଣଙ୍କୁ ଏବେ ବି ଖୋଜୁଛି ପୋଲିସ ।