ଆକ୍ସନ ମୋଡରେ ‘ମୋ ସରକାର’ । ଲୋକେ ଆଣିଲେ ଅଭିଯୋଗ, ବିଦା ହେଲେ ସରକାରୀ ବାବୁ ।

750

କନକ ବ୍ୟୁରୋ : ଲୋକେ ଅଭିଯୋଗ ଆଣିଲେ, ସରକାରୀ ବାବୁ ବିଦା ହେଲେ  । ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାରଙ୍କୁ ସଙ୍ଗେ ସଙ୍ଗେ ବିଦା କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଭଣ୍ଡାରିପୋଖରୀ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ୱାଇଁଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକେ । ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବା ନେଇ ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଫିସକୁ ଜଣାଇଥିଲେ ଲୋକେ । ଆଉ ଲୋକଙ୍କ ଠାରୁ ଏଭଳି ଅଭିଯୋଗ ପାଇବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ତୁରନ୍ତ ଶରତଙ୍କୁ ବିଦା କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଆଉ ଏହାସହ ମୋ ସରକାର ଅଭିଯାନକୁ ରାଜ୍ୟ ସରକାର କେତେ ଗୁରୁତ୍ୱ ଦେଉଛି ତାହା ସ୍ପଷ୍ଟ ଦର୍ଶାଉଛି ।