ବିଦେଶରେ ବିଜେପି ଉପରେ ଗର୍ଜିଲେ ରାହୁଲ । କହିଲେ ‘ବିଜେପି ଚାରିଆଡେ କିରୋସିନ୍ ଛିଞ୍ଚି ରଖିଛି’ ।

309

କନକ ବ୍ୟୁରୋ: ଲଣ୍ଡନର କେମ୍ବ୍ରିଜ୍ ବିଶ୍ୱିଦ୍ୟାଳୟରେ ‘ଆଇଡିଆଜ୍ ଫର୍ ଇଣ୍ଡିଆ’ସମ୍ମିଳନୀରେ ଭାଗ ନେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏହି ଅବସରରେ ଭାରତ ରାଷ୍ଟ୍ରର ବିଚାର ଧାରା ଉପରେ ଆଲୋକପାତ କରିବା କ୍ରମରେ ବିଜେପିର ସଂଘୀୟ ବିଚାରଧାରାକୁ ଟାର୍ଗେଟ କରିଛନ୍ତି । ବିଜେପି ଭାରତ ବର୍ଷକୁ ଏକ ଭୂଗୋଳ ଭାବେ ଦେଖୁଛି ବୋଲି ଆପତ୍ତି ଉଠାଇଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଏକ ସ୍ୱର୍ଣ୍ଣିମ ଭାରତର ସ୍ୱପ୍ନ ଦେଖିଛି, ଯାହାପାଇଁ ଦଳ ଆଜିଯାଏଁ ସଂଘର୍ଷ କରୁଛି । ହେଲେ ଭାରତୀୟ ଜନତା ପାର୍ଟି ଦଳର ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛି । କେବଳ ଦଳର ନୁହେଁ କଂଗ୍ରେସ ଦେଶବାସୀଙ୍କ କଥା ଶୁଣିବକୁ ଚେଷ୍ଟା କରୁଥିବାବେଳେ ବିଜେପି ଏହାକୁ ଲୁଚାଇବାକୁ ସବୁବେଳେ ଚେଷ୍ଟା କରୁଛି । ଏହାସହ ଯେଉଁ ସଂସ୍ଥା ଭାରତକୁ ସବୁବେଳେ ମଜବୁତ ରଖିବାକୁ ଚେଷ୍ଟା କରୁଛି ବିଜେପି ସେମାନଙ୍କ ଉପରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି ବିଜେପି । ଚୀନର ବିସ୍ତାରବାଦ ପ୍ରସଙ୍ଗରେ ମଧ୍ୟ ବିଜେପିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ ।

ବିଜେପି ସରକାର ସମୟରେ ଦେଶରେ ବେରୋଜଗାରୀ ବଢିଛି । ଏହା ସତ୍ତେ୍ୱ ଧ୍ରୁବିକରଣ ଯୋଗୁଁ ସତ୍ତାରେ ଦଳ ତିଷ୍ଠି ପାରିଛି । ଦେଶକୁ ଧ୍ୱଂସ କରିବାକୁ ବିଜେପି ଯେପରି ଚାରିଆଡେ କିରୋସିନ୍ ଛିଞ୍ଚିକି ରଖିଛି ବୋଲି ରାହୁଲ ଏହି ସମ୍ମିଳନୀରେ କହିଛନ୍ତି ।
ବିଦେଶରେ ବିଜେପି ଉପରେ ଗର୍ଜିଲେ ରାହୁଲ