ଗଭୀର କୂଅ ଭିତରୁ ଉଦ୍ଧାର ହେଲା ବିଷଧର ନାଗ । ପାଣି ଭିତରୁ ୫ ଫୁଟର ନାଗକୁ ଉଦ୍ଧାର କଲେ ବନବିଭାଗ ଟିମ୍

91

କନକ ବ୍ୟୁରୋ : ଗଭୀର କୂଅ ଭିତରୁ ବିଷଧର ନାଗ ସାପକୁ ଉଦ୍ଧାର କରିଛି ବନ ବିଭାଗ । ପାଣି ଭିତରୁ ୫ ଫୁଟରୁ ଅଧିକ ଲମ୍ବର ସାପକୁ ଉଦ୍ଧାର କରଯାଇଛି । ୧ ଘଣ୍ଟା ପରିଶ୍ରମ କରି ବନ ବିଭାଗର ଟିମ୍ ସାପକୁ କାବୁ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ନିକଟସ୍ଥ ଅଧିକରୀଗୁଡାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ ଗାଁର ମିଣ୍ଟୁ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ କୁଅରେ ତିନି ଦିନ ହେବ ସାପଟି ପଡି ରହିଥିଲା ।

କିନ୍ତୁ ସାପଟି ବାହାରକୁ ଦେଖାଯାଉନଥିଲା । କୂଅରୁ ପାଣି ବାହାର କରିବା ସମୟରେ ପରିବାର ଲୋକ ସାପକୁ ଦେଖିବାକୁ ପାଇଥିଲେ । କିନ୍ତୁ ଭୟର ସାପକୁ ବାହାରକୁ ନ କାଢି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉମରକୋର୍ଟ ବନବିଭାଗର ଏକ ଟିମ୍ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ପରେ ସାପକୁ ଏକ ପ୍ଲାଷ୍ଟିକ୍ ଜାରରେ ପୁରାଇ ନେଇଯାଇôଥଲେ ।